Get Updates
Get notified of breaking news, exclusive insights, and must-see stories!

ମୋଦୀ-ଟ୍ରମ୍ପଙ୍କ ବନ୍ଧୁତା ନେଇ ପ୍ରଶ୍ନ ଉଠାଇଲେ ରାଜନ

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଓ ପାକିସ୍ତାନ ଉପରେ ଟ୍ରମ୍ପ ଲଗାଇଥିବା ଶୁଳ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ପାକିସ୍ତାନ ଉପରେ ଆମେରିକା ୧୯% ପାଲଟା ଶୁଳ୍କ ଲଗାଇଥିବାବେଳେ ଭାରତ ଉପରେ ୫୦% ଶୁଳ୍କ ଲଗାଇଛି।

ସିକାଗୋ କାଉନସିଲ ଅନ୍‌ ଗ୍ଲୋବାଲ ଆଫେୟାର୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନ କହିଛନ୍ତି, ମୁଁ ଭାବୁଛି ଗତ ୨୦ ବର୍ଷ ହେଲା ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ନିକଟତର ହୋଇ ଆସୁଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତି ହତାଶାଜନକ। ରାଜନ ଏଠାରେ ନେତୃତ୍ବ କଥା କହୁନାହାନ୍ତି ବରଂ ଶୁଳ୍କ ଦ୍ବାରା ପ୍ରଭାବିତ ଲୋକଙ୍କ କଥା କହିଛନ୍ତି।

ଯନ୍ତ୍ରଣାଦାୟକ ଅଭିଜ୍ଞତାକୁ ଅଧିକ କଷ୍ଟକର କରିବାକୁ ସେ ଚାହାନ୍ତି ‌ନାହିଁ ବୋଲି କହିଥିଲେ ମଧ୍ୟ ଭାରତ ଏବଂ ପାକିସ୍ତାନ ଉପରେ ଟ୍ରମ୍ପ ଲଗାଇଥିବା ଶୁଳ୍କ ପ୍ରତିଶତ ସଂପର୍କରେ ଉଲ୍ଲେଖ କରିଛନ୍ତି। ମୋଦୀ ଓ ଟ୍ରମ୍ପଙ୍କ ବନ୍ଧୁତାକୁ ନେଇ ଯେଉଁ ଗୁଣଗାନ କରାଯାଉଥିଲା ତାହା କୁଆଡ଼େ ଗଲା? ସେମାନଙ୍କ ବନ୍ଧୁତା କୁଆଡ଼େ ଗଲା ବୋଲି ଭାରତରେ ବିରୋଧୀଦଳଗୁଡ଼ିକ ପ୍ରଶ୍ନ କରୁଛନ୍ତି। ତେଣୁ ଏହା ମୋଦୀଙ୍କ ଗାଲରେ ଚାପୁଡ଼ା ସଦୃଶ ବୋଲି ରାଜନ କହିଛନ୍ତି।

rajan

ଆମେରିକାକୁ ଭରସା କରାଯାଇ ପାରିବ ନାହିଁ ବୋଲି ରାଜନ କହିଛନ୍ତି। ୧୭୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏବଂ ପରରାଷ୍ଟ୍ର ସଚିବ ହେନେରି କିସିଞ୍ଜର ପାକିସ୍ତାନ ପଟକୁ ଢଳିଥିଲେ। ପାକିସ୍ତାନକୁ ସହାୟତା କରିବା ପାଇଁ ଯୁଦ୍ଧପୋତ ପଠାଇଥିଲେ। ତାହା ଭାରତୀୟମାନଙ୍କୁ ଅସୁବିଧାରେ ପକାଇଥିଲା। ସୋଭିଏତ ସଂଘ କିନ୍ତୁ ଭାରତକୁ ସହାୟତା କରିଥିଲା। ସେଥିପାଇଁ ରୁଷ୍‌ ଶିବିରରେ ଭାରତ ୨୫ ବର୍ଷ ରହିଥିଲା। ଭାରତକୁ ସେହି ଶିବିରରୁ ବାହାରିବା ପାଇଁ ବହୁତ ସମୟ ଲାଗିଥିଲା ବୋଲି ରାଜନ କହିଛନ୍ତି। ଚଢ଼ା ଶୁଳ୍କରେ ଆମେରିକାରେ ସାମଗ୍ରୀ ବିକ୍ରି ଭାରତ ପାଇଁ କଷ୍ଟକର ହୋଇପଡ଼ୁଛି। ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସଂପର୍କ ଥରେ ବିଗିଡ଼ିଗଲେ ତାହାକୁ ସୁଧାରିବା କଷ୍ଟକର ହୋଇପଡ଼ିବ। କାରଣ ଅନ୍ୟମାନେ ସେହି ସ୍ଥାନ ନେଇଯାଇ ପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+