ବ୍ରିଟେନ ରାଣୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର
ଗୁରୁତର ଅବସ୍ଥାରେ ରହିଛନ୍ତି ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥ । ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବର୍ତ୍ତମାନ ବୟସ 96 ।
ଲଣ୍ଡନ: ଗୁରୁତର ଅବସ୍ଥାରେ ରହିଛନ୍ତି ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥ । ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବର୍ତ୍ତମାନ ବୟସ 96 । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ମଧ୍ୟ ଅଛନ୍ତି । ସେ ଅସୁସ୍ଥତା କାରଣରୁ ସ୍କଟଲ୍ୟାଣ୍ଡରେ ବାସ କରୁଛନ୍ତି ।

ମହାରାଣୀଙ୍କର ଖବର ପ୍ରସାରିତ ହେବା ପରେ ସାରା ଲଣ୍ଡନରେ ଉଦବେଗ ପ୍ରକାଶ ପାଇଛି । ତାଙ୍କର ବ୍ୟକ୍ତିଗତ ଡାକ୍ତର ଏନେଇ ଖବର ଦେଇଛନ୍ତି । ନିକଟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଦାୟିତ୍ବ ଗ୍ରହଣ କରିଛନ୍ତି । ଲିଜ୍ ଏବଂ ଜୋ ବାଇଡେନ ମହାରାଣୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା ପ୍ରକଟ ସହ ଆଶୁଆରୋଗ୍ୟ କାମନା କରିଛନ୍ତି ।
ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନର ମହାରାଣୀ ତୁଲାଇଥାନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ପରି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ । ତେବେ ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ବି ମହାରାଣୀଙ୍କୁ ଭେଟିବା ପାଇଁ ଯାଇଥିଲେ ।












Click it and Unblock the Notifications