ସେପ୍ଟେମ୍ବର 11ରେ ହେବ କ୍ବିନ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର
ସୋମବାର ପୂର୍ବାହ୍ନ 11ଟା ବେଳେ ପୂର୍ଣ୍ଣ ରାଜକୀୟ ସମ୍ମାନର ସହିତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ। ଏଲିଜାବେଥଙ୍କୁ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ କଡରେ କବର ଦିଆଯିବ।
ଲଣ୍ଡନ: ଗୁରୁବାର ସେପ୍ଟେମ୍ବର 8 ତାରିଖରେ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ହୋଇଥିଲା । ମହାରାଣୀଙ୍କ ପରଲୋକରେ ରାଜ୍ୟରେ ପାଳନ ହୋଇଛି ଶୋକ। ତେବେ ଆସନ୍ତା 19 ତାରିଖରେ ପୂର୍ଣ୍ଣ ରାଜକୀୟ ସମ୍ମାନରେ ୱେଷ୍ଟମିନିଷ୍ଟର ଏବେରେ ରାଣୀଙ୍କର ଶେଷକୃତ୍ୟ କରାଯିବ । ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥୀବ ଶରୀରକୁ 4 ଦିନ ଲାଗି ୱେଷ୍ଟମିନିଷ୍ଟର ହଲ୍ ରେ ଶେଷ ଦର୍ଶନ ନିମନ୍ତେ ରଖାଯିବ ।

କ'ଣ ରହିଛି ଅନ୍ତିମ ସଂସ୍କାରର ଯୋଜନା ?
ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାର୍ଥୀବ ଶରୀରକୁ ବାଲମୋରଲ କ୍ୟାସଲର ବଲରୁମରେ ରଖା ଯାଇଥିଲା । ବ୍ରିଟିଶ ପରମ୍ପରା ଅନୁସାରେ ସୋମବାର ପାର୍ଥିବ ଶରୀର ଥିବା କଫିନକୁ 180 ମାଇଲ ଦୂର ଏଡିନବର୍ଗରେ ପହଞ୍ଚାଯାଇଛି। ଏନେଇ ଆଜି ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ରାଣୀଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା । ଏହାପରେ ସେଣ୍ଟ ଜାଇଲ୍ସ କ୍ୟାଥଡରାଲକୁ ନିଆଯିବ । ବୁଧବାର ମହାରାଣୀଙ୍କ ପାର୍ଥିବ ଶରୀରକୁ ୱେଷ୍ଟମିନିଷ୍ଟର ହଲରୁ ବକିଂଘମ ପାଲେସକୁ ଅଣାଯିବ। ଯେଉଁଠି ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବେ। ପରେ କଫିନକୁ ବକିଂଘମ ପାଲେସରୁ ୱେଷ୍ଟମିନିଷ୍ଟର ଏବେ ପର୍ଯ୍ୟନ୍ତ ଔପଚାରିକ ମାର୍ଗରେ ନିଆଯିବ। ଏହି ସମୟରେ ମଧ୍ୟ ତାଙ୍କର ଅନ୍ତିମଦର୍ଶନ କରିପାରିବେ ଲୋକେ। ଏହି ଅବସରରେ ମହାରାଣୀଙ୍କୁ ଗନ ସାଲ୍ୟୁଟ୍ ଦିଆଯିବ। ତାଙ୍କ ଜୀବନର ପ୍ରତ୍ୟେକ ବର୍ଷକୁ ସ୍ମରଣ କରି 96ଥର ଫାୟାର କରାଯିବ।
ଷଷ୍ଠ ଦିନ ମହାରାଣୀଙ୍କ ଅନ୍ତ୍ୟେଷ୍ଟିର ରିହର୍ସେଲ କରାଯିବ। ଏଥିରେ ମିଲେଟ୍ରି ପରେଡ ମଧ୍ୟ ହେବ । ଏଥିସହିତ ରାଜପାରିବାରର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ସପ୍ତମ ଦିନ କିଙ୍ଗ ଚାର୍ଲସ୍ ସଂସଦରୁ ଆଉ ଏକ ଶୋକ ପ୍ରସ୍ତାବ ପ୍ରାପ୍ତ କରିବା ପାଇଁ ୱେଲସ୍ ଯାତ୍ରା କରିବେ। ଏହି କାଳରେ ସେ କାର୍ଡିଫର ଲିୟାନଡାଫ କ୍ୟାଥଡରାଲକୁ ମଧ୍ୟ ଯିବେ। ସୋମବାର ପୂର୍ବାହ୍ନ 11ଟା ବେଳେ ପୂର୍ଣ୍ଣ ରାଜକୀୟ ସମ୍ମାନର ସହିତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ। ଏଲିଜାବେଥଙ୍କୁ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ କଡରେ କବର ଦିଆଯିବ।












Click it and Unblock the Notifications