ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବ୍ରିଟେନର ରାଜଧାନୀ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ରାତିରେ ରାଷ୍ଟ୍ରପତି ଲଣ୍ଡନର ଗଟୱିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି ।
ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ରାତିରେ ରାଷ୍ଟ୍ରପତି ଲଣ୍ଡନର ଗଟୱିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ବିମାନ ବନ୍ଦରରୁ ବ୍ରିଟେନରେ ଭାରତର ହାଇକମିଶନର ଭାବେ ନିଯୁକ୍ତ ବିକ୍ରମ କେ ଦୋରାଇସ୍ବାମୀ ତାଙ୍କୁ ସ୍ବାଗତ କରିଛନ୍ତି । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଲଣ୍ଡନ ଗସ୍ତ କରିଛନ୍ତି । ଭାରତ ପକ୍ଷରୁ ସେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।

ବୈଦେଶିକ ସଚିବ ସଚିବ ବିନୟ କ୍ବାତ୍ରା ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଲଣ୍ଡନ ଯାଇଛନ୍ତି । ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ସେମାନେ ବ୍ରିଟେନରେ ରହିବେ । 19 ତାରିଖରେ ମର୍ଯ୍ୟାଦାର ସହିତ ୱେଷ୍ଟମିନିଷ୍ଟର ଆବେ ଠାରେ ରାଣୀଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ । ଏହାପୂର୍ବରୁ ମହାରାଣୀଙ୍କର ମରଶରୀରକୁ ବ୍ରିଟେନ ବ୍ୟାପୀ ପରିକ୍ରମା କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ରାଣୀଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ବିଶ୍ବବ୍ୟାପୀ ପ୍ରାୟ 500 ଅତିଥି ଓ ପ୍ରାୟ 7 ଲକ୍ଷରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିବେ । ଅନେକ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ବିଶ୍ବବ୍ୟାପୀ ପ୍ରାୟ 500 ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଉଛନ୍ତି । ଏଥିଲାଗି 7 ମିଲିୟନ ଆମେରିକୀୟ ଡଲାର ବ୍ରିଟିଶ ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରାଯିବ ।
ବର୍ତ୍ତମାନ ଲଣ୍ଡନର ବକିଙ୍ଗହମ୍ ରାଜପ୍ରସାଦରେ ଏଲିଜାବେଥଙ୍କ ପାର୍ଥିବ ଶରୀର ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ରଖାଯାଇଛି । ଆସନ୍ତାକାଲି ୱଣ୍ଡସର୍ କ୍ୟାସେଲ୍ର ରାଜା ଜର୍ଜ ଷଷ୍ଠ ମେମୋରିଆ ଚାପେଲ୍ରେ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ କବର ଦିଆଯିବ । ଗତ 8 ତାରିଖରେ ଏଲିଜାବେଥ ଦ୍ବିତୀୟଙ୍କ 96 ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ବାଲମୋରାଲ କ୍ୟାସଲରେ ପରଲୋକ ହୋଇଥିଲା ।












Click it and Unblock the Notifications