ବ୍ରିଟେନ କ୍ବିନ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଅନ୍ତିମ ସଂସ୍କାର କେବେ?

ଗତକାଲି ରାଣୀଙ୍କ ମୃତ୍ୟୁ ପରେ କେବେ ଓ କେଉଁଠି ତାଙ୍କର ଶେଷକୃତ୍ୟ କରାଯିବ ସେନେଇ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥିବା ଜଣାପଡିଛି।

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କୁ ଶେଷ ଦର୍ଶନ ନେଇ ବାସଭବନରେ ଦେଖିବାକୁ ମିଳିଛି ଭିଡ । ଜନତାଙ୍କ ହୃଦୟରେ ଜାଗା ବନେଇ ପାରିଥିବା ରାଣୀଙ୍କ ପରଲୋକକୁ ଗ୍ରହଣ କରି ନପାରି ଭାବ ପ୍ରବଣ ହେଉଛନ୍ତି ଲୋକେ । ତେବେ ଗତକାଲି ରାଣୀଙ୍କ ମୃତ୍ୟୁ ପରେ କେବେ ଓ କେଉଁଠି ତାଙ୍କର ଶେଷକୃତ୍ୟ କରାଯିବ ସେନେଇ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥିବା ଜଣାପଡିଛି।

ସୂଚନା ଅନୁସାରେ, ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ 10 ଦିନ ପର୍ଯ୍ୟନ୍ତ ବିନା ସଂସ୍କାରରେ ରଖାଯିବ । ଏହାପରେ ସଂପୂର୍ଣ୍ଣ ରୀତିନିତି ଅନୁଯାୟୀ ସମାଧି ଦିଆଯିବ । ତେବେ ଆସନ୍ତୁ ଜାଣିବା କିପରି ରହିଛି ରାଣୀଙ୍କର ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା....

QUEEN ELIZABETH II
96 ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିବା ରାଣୀଙ୍କ କର୍ତ୍ତବ୍ୟ, ଦୟାଳୁ ଭାବନ ଏବଂ ସ୍ବଚ୍ଛ ବ୍ୟକ୍ତିତ୍ୱକୁ ମନେ ପକାଉଛନ୍ତି ଜନତା। ବ୍ରିଟେନକୁ ପ୍ରାୟ 7 ଦଶନ୍ଧି ଧରି ଶାସନ କରିବା ସହିତ ଲୋକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଏଥିସହିତ ଜଣେ ଲୋକପ୍ରିୟ ଶାସିକା ଭାବେ ପରିଗଣିତ ହୋଇପାରିଛନ୍ତି।
ବର୍ତ୍ତମାନ ତାଙ୍କର ଶେଷକୃତ୍ୟ ନେଇ ଲୋକେ ଜାଣିବା ପାଇଁ ଇଚ୍ଛୁକ ରହିଛନ୍ତି । ଗତବର୍ଷ ଏକ ଆମେରିକୀୟ ନ୍ୟୁଜ୍ ୱେବସାଇଟରେ ରିପୋର୍ଟ ଲିକ୍ ହୋଇଥିଲା । ଏହି ରିପୋର୍ଟ ରେ 'ଅପରେସନ୍ ଲଣ୍ଡନ ବ୍ରିଜ୍' ସହିତ ଜଡିତ ଥିଲା। ଯେଉଁଥିରେ ରାଣୀଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାର ବାବଦରେ ଲେଖାଯାଇଥିଲା।

ସେହି ଲିକ୍ ରିପୋର୍ଟ ଅନୁଯାୟୀ, ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ 10 ଦିନ ପର୍ଯ୍ୟନ୍ତ ଚାଲିବ । ରାଣୀଙ୍କ ମୃତଦେହ ସଂସଦର କଫିନ୍‌ରେ 3 ଦିନ ପର୍ଯ୍ୟନ୍ତ ରଖାଯିବ । ତାଙ୍କର ସମାଧି ପୂର୍ବରୁ ତାଙ୍କର ନୂତନ ଉତ୍ତରାଧିକାରୀ, ବଡ ପୁଅ ପ୍ରିନ୍ସ ଚାର୍ଲ୍ସ, ରାଣୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଦେଶ ଭ୍ରମଣ କରିବେ । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ପ୍ରିନ୍ସ ଫିଲିପଙ୍କ ନିକଟରେ ସମାଧି ଦିଆଯିବ ।

ରାଣୀଙ୍କ ମୃତ୍ୟୁ ପରଠାରୁ ଅନ୍ତିମ ସଂସ୍କାର ଦିନ ପର୍ଯ୍ୟନ୍ତ ଜାତୀୟ ଶୋକ ଭାବେ ଘୋଷଣା କରାଯିବ । ଏହି ଦିନଗୁଡ଼ିକରେ ସାରା ଦେଶରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, କଲେଜ, କମ୍ପାନୀ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଛୁଟି ରହିବ । ଏହି ରିପୋର୍ଟ ଅନୁସାରେ, ରାଣୀଙ୍କ ମୃତ୍ୟୁ ଦିନକୁ 'ଡି-ଡେ' ବୋଲି ଅଧିକାରୀମାନଙ୍କ ଦ୍ବାରା ବିଚାର କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+