ବ୍ରିଟେନ ରାଣୀ ଏଲିଜାବେଥ୍ଙ୍କ ଉଦ୍ଦେଶ୍ୟରେ ଭାରତ ପାଳିବ ଶୋକ ଦିବସ
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପାଇଁ ସମ୍ମାନର ଚିହ୍ନ ସ୍ୱରୂପ ଗୃହ ମନ୍ତ୍ରଣାଳୟ ଦିନିକିଆ ରାଜ୍ୟ ଶୋକ ଘୋଷଣା କରିଛି।
ଲଣ୍ଡନ: ପରଲୋକରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ରାଣୀଙ୍କର ମୃତ୍ୟୁ ଘଟିଛି । ସ୍କଟଲ୍ୟାଣ୍ଡ ବାଲାମୋରାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମହାରାଣୀ । ରାଣୀଙ୍କ ବିୟୋଗରେ ସମଗ୍ର ଦେଶ ଶୋକ ପ୍ରକାଶ କରିଥିବା ବେଳେ ଏନେଇ ବ୍ରିଟେନ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ ବ୍ରିଟେନ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପାଇଁ ସମ୍ମାନର ଚିହ୍ନ ସ୍ୱରୂପ ଗୃହ ମନ୍ତ୍ରଣାଳୟ ଦିନିକିଆ ରାଜ୍ୟ ଶୋକ ଘୋଷଣା କରିଛି। ସେପ୍ଟେମ୍ବର 11 ରେ, ସମସ୍ତ ଅଟ୍ଟାଳିକାରେ ସମଗ୍ର ଭାରତରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯିବା ସହିତ ସେହିଦିନ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ ।

ରାଣୀଙ୍କ ଦେହାନ୍ତ ପରେ ତାଙ୍କ ବଡ ପୁଅ ଚାର୍ଲ୍ସ ତୃତୀୟ ରାଜା ହେବା ନେଇ ଘୋଷଣା କରାଯାଇଛି । କିଛି ଦିନ ପରେ ହେବ ରାଜାଭିଷେକ । 73 ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ ଚାର୍ଲ୍ସ। ଏନେଇ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ବ୍ରିଟେନ ଗସ୍ତ ସମୟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହ ତାଙ୍କର ସାକ୍ଷାତକୁ ସ୍ମରଣ କରି କହିଥିଲେ, "2015 ଏବଂ 2018 ରେ ମୋର ବ୍ରିଟେନ ଗସ୍ତ ସମୟରେ ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହ ମୋର ସ୍ମରଣୀୟ ବୈଠକ ହୋଇଥିଲା । ମୁଁ ତାଙ୍କ ବ୍ୟବହାର କେବେ ବି ଭୁଲିପାରିବି ନାହିଁ । ବୈଠକ ସମୟରେ ସେ ମହାତ୍ମା ଗାନ୍ଧୀ ତାଙ୍କ ବିବାହରେ ଉପହାର ଦେଇଥିବା କଥା କହିଥିଲେ।












Click it and Unblock the Notifications