Get Updates
Get notified of breaking news, exclusive insights, and must-see stories!

କତାର ଜେଲରୁ ମୁକ୍ତ ହେଲେ ୮ ଭାରତୀୟ ନୌସେନା ଅଧିକାରୀ, ମିଳିଥିଲା ମୃତ୍ୟୁ ଦଣ୍ତ

Indian Navy veterans: ଭାରତକୁ ଏକ ବଡ଼ କୂଟନୈତିକ ବିଜୟ । ଯାହାକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚା । ଗୁପ୍ତଚର କାର୍ଯ୍ୟ ମାମଲାରେ ନୌସେନାର ୮ ଜଣ ଅଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ତ ମିଳିଥିଲା । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତଙ୍କୁ ମୁକ୍ତ କରି ଦିଆଯାଇଛି । ସେମାନଙ୍କ ମଧ୍ୟରୁ 7 ଜଣ ଭାରତ ଫେରିସାରିଛନ୍ତି ।

Indian Navy veterans

ଗୁପ୍ତଚର ଅଭିଯୋଗରେ ଏହି ସମସ୍ତ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ କତାର କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ତିତ କରିଥିଲା । ସୋମବାର (ଫେବୃଆରୀ 12) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଆଠ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ 7 ଜଣ ଭାରତ ଫେରି ଆସିଛନ୍ତି। ଭାରତ ଫେରିଥିବା ସମସ୍ତ 7 ଜଣ ପୂର୍ବତନ ଅଧିକାରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

ଗିରଫ ହୋଇଥିବା ନୌସେନା ଅଧିକାରୀ ମାନେ ହେଲେ, କ୍ୟାପଟେନ ନବତେଜ ସିଂହ ଗିଲ, କ୍ୟାପଟେନ ସୌରଭ ଭାସିସ୍ତ, କମାଣ୍ଡର ସୁଗୁନାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ଅମିତ ନାଗପାଲ ଏବଂ ନାବିକ ରାଗେଶ । ସେମାନେ ଅଗଷ୍ଟରୁ କତାର ଜେଲରେ ରହିଥିଲେ । ଯାହାପରେ ଭାରତ ଏହି ମାମଲାରେ ହସ୍ତକ୍ଷେପ କରିଥିଲା ଏବଂ ଶେଷ ସମସ୍ତ ସୁରକ୍ଷିତ ଭାରତ ଫେରିବାରେ ସଫଳ ହୋଇଥିଲେ ।

ସୂଚନାଥାଉ ଯେ, ଏହି 8 ଭାରତୀୟ ନୌସେନା ଅଧିକାରୀ ଏକ ଘଟୋଇ ସଂସ୍ଥା ଦହରା ଗ୍ଲୋବାଲ୍ କମ୍ପାନୀରେ କାର୍ଯ୍ୟ କରୁଥିବା ନେଇ ସୂଚନା ରହିଥିଲା । 2023 ଅଗଷ୍ଟ ମାସରେ କତାର ସୁରକ୍ଷାକର୍ମୀ ସେମାନଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ କରିଥିଲା ଏବଂ 26 ଅକ୍ଟୋବର 2023ରେ କତାରର ଏକ କୋର୍ଟ ଏହି ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଥିଲେ । ଯାହା ପରେ ଏଥିରେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ପ୍ରଥମେ ସମସ୍ତଙ୍କ ଦଣ୍ତ କୋହଳ କରାଯାଇଥିଲା ପରେ 18 ମାସ କତାର ଜେଲରେ ରହିବା ପରେ ମୃତ୍ୟୁ ଦଣ୍ତରୁ ମୁକ୍ତ ହେବା ସହ ନିଜ ଦେଶକୁ ସୁରକ୍ଷିତ ଫେରିପାରିଛନ୍ତି ସମସ୍ତ ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+