ସିଡନୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି କ୍ୱାଣ୍ଟସ୍ ଏୟାରୱେଜ୍ QF144
ଇଞ୍ଜିନ ଅଚଳ ହୋଇଯିବାରୁ ଅଷ୍ଟ୍ରେଲିଆର କ୍ୱାଣ୍ଟସ୍ ଏୟାରୱେଜ୍ QF144 ବିମାନ ସିଡନୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ୧୦୦ ରୁ ଅଧିକ ଯାତ୍ରୀଙ୍କ ସହ ନ୍ୟୁଜିଲାଣ୍ଡ୍ର ରୁ କ୍ୱାଣ୍ଟସ୍ ଏୟାରୱେଜ୍ ବିମାନ ଉଡ଼ାଣ କରିଥିଲା
ସିଡନି: ଇଞ୍ଜିନ ଅଚଳ ହୋଇଯିବାରୁ ଅଷ୍ଟ୍ରେଲିଆର କ୍ୱାଣ୍ଟସ୍ ଏୟାରୱେଜ୍ QF144 ବିମାନ ସିଡନୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ୧୦୦ ରୁ ଅଧିକ ଯାତ୍ରୀଙ୍କ ସହ ନ୍ୟୁଜିଲାଣ୍ଡ୍ର ରୁ କ୍ୱାଣ୍ଟସ୍ ଏୟାରୱେଜ୍ ବିମାନ ଉଡ଼ାଣ କରିଥିଲା । ସୂଚନା ଅନୁସାରେ ହଠାତ୍ ଇଞ୍ଜିନ ଅଚଳ ହୋଇଯିବାରୁ ସିଡନୀ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ପାଇଲଟ୍ । ସେହିପରି ବିମାନ ବିପଦକାଳୀନ ସଙ୍କେତ 'ମେଡେ' ଜାରି କରିଥିବାରୁ ବିମାନବନ୍ଦରରେ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିଲା ।

ତେବେ ମିଳିଥିବା ସୂଚନା ଅନୁସାରେ, ଆକଲାଣ୍ତରୁ ଆସୁଥିବା QF144 ବିମାନ ବୋଇଙ୍ଗ୍ ୭୩୭-୮୦୦ 'ମେଡେ' ସତର୍କ ସୂଚନା ଜାରି କରିଥିଲା । ବିମାନଟି ଲ୍ୟାଣ୍ତ କରିବା ପୂର୍ବରୁ ହିଁ ୧୨ଟି ଦମକଳ ଏରୋଡ୍ରମ ମଧ୍ୟରେ ପ୍ରସ୍ତୁତ କରି ରଖାଯାଇଥିଲା ।
ଏବିସି ଭିଡିଓ ଫୁଟେଜରେ ସିଡନୀ ବିମାନବନ୍ଦରର ରନୱେରେ କ୍ୱାଣ୍ଟସ୍ ଏୟାରୱେଜ୍ ବୋଇଙ୍ଗ ୭୩୭-୮୦୦ ସୁରକ୍ଷିତ ଭାବେ ଅବତରଣ କରୁଥିବା ଦେଖାଯାଇଛି । ବିମାନଟି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ଟାସମାନ ସାଗର ଉପରେ ମଧ୍ୟ-ଏୟାର କଲ ଜାରି କରିଥିଲା, ଯାହା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା।
#BREAKING Ambulances in 'emergency response' at Sydney airport for Qantas flight: spokeswoman pic.twitter.com/sgCo3FMWhT
— AFP News Agency (@AFP) January 18, 2023
ଅଷ୍ଟ୍ରେଲିଆର ଅନେକ ଗଣମାଧ୍ୟମ ଏଜେନ୍ସି ରିପୋର୍ଟ ଅନୁସାରେ, କ୍ୱାଣ୍ଟସ୍ ଏୟାରୱେଜ୍ ବିମାନ ଏହାର ଗୋଟିଏ ଇଞ୍ଜିନରେ ତ୍ରୁଟି ଥିବା ଯୋଗୁ ସତର୍କ ସୂଚନା ଜାରି କରିଥିଲା । ତେବେ ବୋଇଙ୍ଗ୍ ୭୩୭-୮୦୦ ର ଦୁଇଟି ଇଞ୍ଜିନ ରହିଛି ତେଣୁ ଏହି ବିମାନଟି କେବଳ ଗୋଟିଏ ଇଞ୍ଜିନ ଜରିଆରେ ସୁରକ୍ଷିତ ଭାବରେ ଅବତରଣ କରିବାରେ ସକ୍ଷମ ହୋଇଥିଲା












Click it and Unblock the Notifications