ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ?
ଦିଲ୍ଲୀ:ଚୀନ୍ ଋଷ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ବିଷୟରେ ସାରା ବିଶ୍ୱ ପରିଚିତ । କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଚୀନ୍ର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ ସମ୍ପର୍କରେ ଋଷ ବିରୋଧରେ ବଡ଼ ଅଭିଯୋଗ ହୋଇଛି । ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ନିଖୋଜ ପଛରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଛନ୍ତି ବୋଲି ସେ ଦାବି କରିଛନ୍ତି । ଦାବି କରାଯାଇଛି ଯେ ପୁଟିନଙ୍କ ଟିପ୍ପଣୀ ଯୋଗୁଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ ହୋଇଥିଲେ ।
ନିକ୍କେ ଏସିଆର ଏକ ରିପୋର୍ଟ ଅନୁଯାୟୀ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ଋଷର ସ୍ପାଏ ୱାରର ଶିକାର ହୋଇଛନ୍ତି ବୋଲି ଆଶଙ୍କା କରାଯାଉଛି । ଗୋଟିଏ ପଟେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ସହିତ ଦୃଢ଼ ଭାବରେ ଠିଆ ହୋଇଥିବାବେଳେ ଅନ୍ୟ ପଟେ କିନ୍ ଗ୍ୟାଙ୍ଗ ଚୀନ୍ର ବୈଦେଶିକ ନୀତିକୁ ଋଷଠାରୁ ୟୁକ୍ରେନ ସପକ୍ଷରେ ନେଉଛନ୍ତି । ଯେଉଁ କାରଣରୁ ପଟିନ କ୍ରେଧରେ ଜର୍ଜରିତ ହୋଇଥିଲେ ।
ଏହି ସବୁ ଘଟଣା ମେ ମାସରେ ଆରମ୍ଭ ହୋଇଥିଲା ଯେତେବେଳେ ଚାଇନାର ଏକ ପ୍ରତିନିଧୀ ଦଳ ୟୁକ୍ରେନ ଗସ୍ତରେ ଯାଇ ରାଷ୍ଟ୍ରପତି ଭୋଲେଦିମିର୍ ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ । ଏହି ପ୍ରତିନିଧୀ ଦଳ ଋଷର ପୂର୍ବତନ ଚୀନ୍ ରାଷ୍ଟ୍ରଦୂତ ଲି ହୁଇଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହା ୠଷ-ୟୁକ୍ରେନ ଯୁଦ୍ଧରେ ବେଜିଂ ନିଜର ଆଭିମୁଖ୍ୟ ବଦଳାଇବାର ପ୍ରଥମ ସଙ୍କେତ ଥିଲା । ଯେଉଁ କାରଣରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରୋଧିତ ହୋଇଥିଲେ ।
ସେହି ବୈଠକର ଠିକ୍ ପରେ, ଚାଇନା ଜେଲେନସ୍କିଙ୍କୁ ଜି -୭ ବୈଠକ ପାଇଁ ଜାପାନକୁ ଯିବା ପାଇଁ ଚାଇନାର ବାୟୁସେନା ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ସେହି ବୈଠକରେ ଜେଲେନସ୍କି ଋଷକୁ କଡ଼ା ଟାର୍ଗେଟ କରିଥିଲେ ଏବଂ ବିଶ୍ୱରୁର ଅଧିକ ସମର୍ଥନ ଏବଂ ସହାୟତା ପାଇଁ ନିବେଦନ କରିଥିଲେ । ଏହି ସମୟ ଥିଲା ଯେତେବେଳେ ଚାଇନା ଋଷ ଏବଂ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ଆଉ ଚାଇନାର ଏହି ରଣନୀତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିରକ୍ତ ପ୍ରକାଶ କରିଥିଲେ ।

ଆମେରିକା ସହିତ ଚୀନ୍ ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି ଚୀନ୍ର ବୈଦେଶିକ ମନ୍ତ୍ରୀ କିନ୍ଙ୍କୁ କ୍ଷମତାରୁ ହଟାଇବା ପାଇଁ ଋଷ ସ୍ପାଏ ଏଜେନ୍ସି ସାହାଯ୍ୟ ନେଇଥିଲା । ଆଉ ପରେ କିନଙ୍କ ଆମେରିକା ସହିତ ଘନିଷ୍ଟ ସମ୍ପର୍କ ଥିବାର ସୂଚନା ଷ ବେଜିଂକୁ ଦେଇଥିଲା । ଆଉ ଏହି ଦାବିକୁ ସମର୍ଥନ କରି ଋଷ ଦୃଢ଼ ପ୍ରମାଣ ପ୍ରଦାନ କରିଥିଲା ଚିନ ସରକାରଙ୍କୁ , ଯାହା ସି ଜିନପିଙ୍ଗଙ୍କୁ ଠୋସ୍ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । କିନ୍ତୁ ଋଷର ସ୍ପାଏ ଏଜେନ୍ସି ଚୀନ୍କୁ କେଉଁ ପ୍ରମାଣ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications