ଖୁବଶୀଘ୍ର ପୁଟିନଙ୍କର ହେବ ମୃତ୍ୟୁ ! ଜାଣନ୍ତୁ ଏପରି କାହିଁକି କହିଲେ ୟୁକ୍ରେନ ରାଷ୍ଟ୍ରପତି
Russia Ukraine War: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ରହିଛି । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୀଘ୍ର ମୃତ୍ୟୁବରଣ କରିପାରନ୍ତି ଏବଂ ଏହାପରେ ଯୁଦ୍ଧର ହେବ ଅନ୍ତ । ପ୍ୟାରିସରେ ଏକ ସାକ୍ଷାତକାର ସମୟରେ ଜେଲେନସ୍କିଙ୍କ ଏହି ବାୟାନ ଦେଇଥିଲେ ଯାହାକୁ ନେଇ ବର୍ତ୍ତମାନ ଚହଳ ସୃଷ୍ଟି ହୋଇଛି । ଏହି ବୟାନ ପରେ ରୁଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି।
ପ୍ରକୃତରେ, ଗତ କିଛି ମାସ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। କ୍ରେମଲିନ୍ ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କରାଯାଉଥିବା ଦାବି ସମ୍ପର୍କରେ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଆପଣଙ୍କୁ କହି ରଖୁଛୁ ଯେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ପୁଟିନ ପାର୍କିନ୍ସନ୍ସ ରୋଗ ଏବଂ କର୍କଟ ରୋଗ ଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଲଗାତାର କାଶିବା ଏବଂ ହାତ ଏବଂ ଗୋଡରେ ଝଟକା ଲାଗିବା ପରି ଦୃଶ୍ୟ ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେଉଛି । ୨୦୨୨ ମସିହାରେ ଏକ ଭିଡିଓରେ, ପ୍ରତିରକ୍ଷା ମନ୍ତ୍ରୀ ସେରଗେ ସୋଇଗୁଙ୍କ ସହ ଏକ ବୈଠକ ସମୟରେ ପୁଟିନଙ୍କୁ ଚେୟାରରେ ବସି ଏକ ଟେବୁଲକୁ ଜୋରରେ ଧରିଥିବାର ଦେଖିବା ପାଇଁ ମିଳିଥିଲା । ଏପରି ଅନେକ ଘଟଣାକୁ ଦୃଷ୍ଟିରେ ରଖି ଦାବି କରାଯାଉଛି ପୁଟିନଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ୍ ନାହିଁ ।
ୟୁକ୍ରେନ ରାଷ୍ଟ୍ରପତି ଆହୁରି କହିଛନ୍ତି, ରୁଷ ଏହି ଯୁଦ୍ଧ ଜାରି ରଖିବାକୁ ଚାହୁଁଛି। ଯୁଦ୍ଧକୁ ଟଣା ଯାଉଛି ।ଆମକୁ ରୁଷ ଉପରେ ଚାପ ପକାଇବାକୁ ପଡିବ ଯାହା ଦ୍ଵାରା ଏହି ଯୁଦ୍ଧ ପ୍ରକୃତରେ ସମାପ୍ତ ହୋଇପାରିବ।"












Click it and Unblock the Notifications