Get Updates
Get notified of breaking news, exclusive insights, and must-see stories!

ପୁଟିନଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ଦିନରେ ମିଠା ମିଠା କଥା ରାତିରେ ଋଷ ରାଷ୍ଟ୍ରପତିକରନ୍ତି ମିଶାଇଲ ମାଡ଼

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ କିଛି ଠିକ୍ ଠାକ୍ ଚାଲୁନି । କେତେବେଳେ ପୁଟିନ ଅସନ୍ତୋଷ ଝାଡୁଛନ୍ତି ତ ଆଉ କେତେବେଳେ ଟ୍ରମ୍ପ ବର୍ଷୁଛନ୍ତି । ଏବେ ପୁଣିଥରେ ପୁଟିନଙ୍କ ଉପରେ ନିଜର ଆକ୍ରୋଶ ଝାଡିଛନ୍ତି ଟ୍ରମ୍ପ । ଏମିତି କିଛି କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ତର୍କ । ଟ୍ରମ୍ପ କହିଛନ୍ତି, ପୁଟିନ ଦିନରେ ଫୋନରେ ଭଲ ଭାବରେ କଥା ହୁଅନ୍ତି କିନ୍ତୁ ରାତିରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା କରନ୍ତି। ଏହି ମନୋଭାବ ୟୁକ୍ରେନରେ ଶାନ୍ତି ଆଣିବ ନାହିଁ। ଟ୍ରମ୍ପ ୟୁକ୍ରେନକୁ ପାଟ୍ରିଅଟ୍ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୁଟିନ୍ ଗୋଟିଏ କଥା କହୁଛନ୍ତି ଏବଂ ଅନ୍ୟ କିଛି କରୁଛନ୍ତି। 'ମୁଁ ପୂର୍ବରୁ ଭାବୁଥିଲି ଯେ ପୁଟିନ ଯାହା କୁହନ୍ତି ତାହା କରନ୍ତି କିନ୍ତୁ ଏହା ସେପରି ନୁହେଁ। ସେ ଦିନରେ ବହୁତ ଭଲ ଭାବରେ କଥା ହୁଅନ୍ତି ଏବଂ ରାତିରେ ୟୁକ୍ରେନୀୟ ଲୋକଙ୍କ ଉପରେ ବୋମା ମାଡ଼ କରୁଛନ୍ତି। ଆମେ ଏହା ପସନ୍ଦ କରୁନାହୁଁ।' ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ବଢାଇ ଦେଇଛି।

putin
ନାଟୋ ସହଯୋଗୀଙ୍କୁ କମ୍ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ଘେରୁଥିବା ଟ୍ରମ୍ପ କହିଛନ୍ତି, ଏହା ବହୁତ ପୂର୍ବରୁ ହୋଇଯିବା ଦରକାର। ୟୁରୋପକୁ ଆଞ୍ଚଳିକ ସୁରକ୍ଷାର ଅଧିକ ଦାୟିତ୍ବ ନେବା ଦରକାର, ତାକୁ ଆମେରିକା ଉପରେ ପକାଇବା ଉଚିତ ନୁହେଁ। ଟ୍ରମ୍ପ ବାରମ୍ବାର କହୁଛନ୍ତି, ତାଙ୍କର ସହଯୋଗୀ ହତିଆର ଉପରେ ଖର୍ଚ୍ଚ କରିବାକୁ ଚାହାଁନ୍ତି ନାହିଁ। ୟୁରୋପୀୟ ସଂଘ ଏପର୍ଯ୍ୟନ୍ତ ଟ୍ରମ୍ପଙ୍କ ଘୋଷଣା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ସୂଚନାନୁଯାୟୀ, ୟୁକ୍ରେନ ପାଇଁ ଏକ 'ଆକ୍ରମଣାତ୍ମକ 'ନୂଆ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ଟ୍ରମ୍ପ । ଏଥିରେ ଲଙ୍ଗ ରେଞ୍ଜ ହତିଆର ସାମିଲ ହୋଇପାରେ । ଯାହା ମସ୍କୋ ସମେତ ରୁଷୀୟ କ୍ଷେତ୍ର ଭିତରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ । ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ନକରିବାରୁ ପୁଟିନଙ୍କୁ ଡବଲ ଫେସଡ ବ୍ୟକ୍ତି ବୋଲି କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ମତେ ଲାଗୁଥିଲା ପୁଟିନ ଯାହା କୁହନ୍ତି ତାହା କରନ୍ତି । କିନ୍ତୁ ପ୍ରକୃତରେ ସେମିତି ନୁହେଁ । ପୁଟିନ ଦିନରେ ମିଠା ମିଠା କଥା କହି ରାତିରେ ମିଶାଇଲ ମାଡ଼ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+