ବଦଳୁଛି ରୁଷର ସ୍ବର, ଟ୍ରମ୍ପଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌

ବଦଳୁଛି ରୁଷର ସ୍ବର। ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯଦି ୨୦୨୦ ମସିହାରେ ଟ୍ରମ୍ପ ନିର୍ବାଚନ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ହୋଇନଥାନ୍ତା। ଗଣମାଧ୍ୟର ପ୍ରଶ୍ନର ଉତ୍ତର ଦେଇ ପୁଟିନ କହିଥିଲେ ବର୍ତ୍ତମାନ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ।

ୟୁକ୍ରେନ ସହ ରୁଷର ଯୁଦ୍ଧ ଚାଲିଛି। ଯଦି ଆମେରିକା ନିର୍ବାଚନ ୨୦୨୦ରେ ବାଇଡେନଙ୍କ ସ୍ଥାନରେ ଟ୍ରମ୍ପ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ସମସ୍ୟା ଉପଜିନଥାନ୍ତା। ଏଥିସହ ଡୋନାଲ୍ଟ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଜଣେ ବୁଦ୍ଧି ଓ କ୍ଷମତା ସମ୍ପନ୍ନ ରାଷ୍ଟ୍ରପତି କହିଛନ୍ତି ପୁଟିନ।

putin

ଅନ୍ୟପଟେ ଯୁଦ୍ଧ ମଇଦାନରୁ ମଧ୍ୟ ବଡ ଖବର ଆସିପାରେ। ଯୁଦ୍ଧ ବନ୍ଧ କରିବାକୁ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଖୁବ ଶୀଘ୍ର ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+