ୟୁକ୍ରେନ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଲା ରୁଷିଆ
ନୂଆଦିଲ୍ଲୀ: ବର୍ଷ ପରେ ବର୍ଷ ବିତିଚାଲିଛି , କିନ୍ତୁ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହି ବିନାଶ କାରୀ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ । ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

ଏକ ସାକ୍ଷାତକାରରେ ପୁଟିନ କହିଛନ୍ତି, ଅନ୍ୟ ଦେଶର ସ୍ୱାର୍ଥକୁ ଧ୍ୟାନରେ ରଖି ରୁଷିଆ ଆଲୋଚନା ପାଇଁ ପ୍ରସ୍ତୁତ । ସେ କହିଛନ୍ତି, ରୁଷିଆ ସମେତ ବିବାଦ ସହ ଜଡ଼ିତ ସମସ୍ତ ଦେଶର ସ୍ୱାର୍ଥକୁ ଏଭଳି ଆଲୋଚନା କରିବା ଉଚିତ । ସେ ଆହୁରି କହିଛନ୍ତି, ଆମେ ୟୁକ୍ରେନ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଏହି ଆଲୋଚନାରେ ବିବାଦ ଥିବା ସମସ୍ତ ଦେଶର ହିତକୁ ଧ୍ୟାନରେ ରଖିବାକୁ ପଡ଼ିବ । ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ତେବେ କଠୋର ପ୍ରତିରୋଧର ସମ୍ମୁଖୀନ ହୋଇ ସେ କିଭ୍କୁ ଆତ୍ମସମର୍ପଣ କରିବାରେ ସକ୍ଷମ ହୋଇନାହିଁ ।












Click it and Unblock the Notifications