Get Updates
Get notified of breaking news, exclusive insights, and must-see stories!

ମହିଳାଙ୍କୁ ଋଷ ରାଷ୍ଟ୍ରପତିଙ୍କ ନୂଆ ଅଫର, ଜାଣନ୍ତୁ

10ରୁ ଅଧିକ ଶିଶୁ ଜନ୍ମ କରିଥିବା ମହିଳାଙ୍କୁ 13 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ପୁଟିନ । କିନ୍ତୁ ପୁଟିନଙ୍କ ଏହି ଘୋଷଣାକୁ ନେଇ ଖୁବ ଆଲୋଚନା ହେଉଥିବା ଦେଖାଦେଇଛି। ଏଭଳି ସମ୍ଭବ ନୁହେଁ ବୋଲି ସମସ୍ତେ କହିଛନ୍ତି ।

ମସ୍କୋ: ଦେଶରେ ଜନସଂଖ୍ୟା ବୃଦ୍ଧି ନେଇ ଋଷ ରାଷ୍ଟ୍ରପତିଙ୍କ ନୂଆ ଘୋଷଣା । ଦେଶରେ ମହାମାରୀ ଓ ୟୁକ୍ରେନ ଯୁଦ୍ଧରେ ଶିଶୁ ଜନ୍ମହାର କମିଛି । ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଦେଶର ମହିଳାଙ୍କ ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ । 10ରୁ ଅଧିକ ଶିଶୁ ଜନ୍ମ କରିଥିବା ମହିଳାଙ୍କୁ 13 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ପୁଟିନ । କିନ୍ତୁ ପୁଟିନଙ୍କ ଏହି ଘୋଷଣାକୁ ନେଇ ଖୁବ ଆଲୋଚନା ହେଉଥିବା ଦେଖାଦେଇଛି। ଏଭଳି ସମ୍ଭବ ନୁହେଁ ବୋଲି ସମସ୍ତେ କହିଛନ୍ତି ।

putin
କିନ୍ତୁ ବଡ ପରିବାର ଲୋକ ଦେଶ ଭକ୍ତ ବୋଲି ପୁଟିନ ବିଶ୍ବାସ କରନ୍ତି ବୋଲି ଜଣାପଡିଛି। ତେଣୁ ଏଭଳି ଅଫର ଘୋଷଣା କରିଛନ୍ତି । 1991ରେ ସୋଭିଏତ ସଂଘ ଭାଙ୍ଗିବା ପରେ ଋଷ 'ମଦର ହିରୋଇନ' ସମ୍ମାନ ଘୋଷଣା କରିଥିଲା । ଏଥିରେ ସାମିଲ ହୋଇଥିଲେ ୪ ଲକ୍ଷରୁ ଅଧିକ ମହିଳା ।

ଏଠିକାର ମହିଳା 10 ଶିଶୁ ଜନ୍ମ କଲେ ଏହି 'ମଦର ହିରୋଇନ' ସମ୍ମାନ ପ୍ରଦାନ କରାଯିବ । ଯୋଜନା ଅନୁସାରେ ଦଶ ଶିଶୁଙ୍କ ମଧ୍ୟରୁ ଶେଷ ଶିଶୁ ଜନ୍ମର ବର୍ଷକ ପରେ ଉକ୍ତ ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ । ଯଦି ଏହି ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୁଏ ତେବେ ଏ ଯୋଜନାରୁ ବଞ୍ଚିତ ହେବେ ମହିଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+