Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧରେ ପଡିବ ଯବନିକା, ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କଲେ ପୁଟିନ

ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରେ ପଡିବ ଯବନିକା । ଆଉ ଲଢିବେନି ୟୁକ୍ରେନ ଏବଂ ଋଷ । ଏବେ ମୁହାଁମୁହିଁ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କାରଣ ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ଡାକିଛି ମସ୍କୋ । ଯୁଦ୍ଧ ବନ୍ଧ ପାଇଁ ଆମେରିକାର ହସ୍ତକ୍ଷେପ ପରେ ମସ୍କୋ ଏପରି ପଦକ୍ଷେପ ନେଇଛି ।

Putin

କ୍ରେମଲିନର କହିବାନୁସାରେ, ଋଷିଆ ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ପାଇଁ ଡାକିଛି । ଉଭୟ ଯୁଦ୍ଧରେ ବିରାମ ଦେବାକୁ ଚୂଡାନ୍ତ କଥାବାର୍ତ୍ତା ହେବେ । ତେବେ ଦୁଇ ଦେଶ ପରସ୍ପରର ଶକ୍ତି ଉତ୍ସ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ନା ନାହିଁ ସେନେଇ କ୍ରେମଲିନ୍ କିଛି କହିବାକୁ ମନା କରିଦେଇଛି ।

କ୍ରେମଲିନର ମୁଖପାତ୍ର ଡିମିତ୍ରି ପେସକୋଭ୍ କହିଛନ୍ତି ଯେ, ମସ୍କୋ ଜେଲେନସ୍କିଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ ସେ ମସ୍କୋ ଆସିବେ ନା ନାହିଁକିଛି ସ୍ପଷ୍ଟ କରିନାହାଁନ୍ତି ।

ଗତ ସପ୍ତାହରେ ଆବୁଧାବିରେ ଆମେରିକାର ମଧ୍ୟସ୍ତତାରେ କିଭ୍ ଏବଂ ମସ୍କୋର ଅଧିକାରୀ ଆଲୋଚନା କରିଥିଲେ । ଯାହା ଯୁଦ୍ଧ ବନ୍ଦ କରିବା ପାଇଁ ସହାୟକ ହେବ ବୋଲି କୁହାଯାଉଥିଲା । ଏହାପରେ ବି ପରସ୍ପର ଉପରେ ରକେଟ୍ ଏବଂ ଡ୍ରୋନ୍ ଆଟାକ୍ କରିଥିଲେ । କିନ୍ତୁ ମସ୍କୋର ଘାତକ ଆକ୍ରମଣ ପରେ ୟୁକ୍ରେନରେ ଶକ୍ତିସଙ୍କଟ ଦେଖାଦେଇଛି । ଯାହା ତାକୁ ଋଷ ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ କରିବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ୟୁଏସ ଅଧିକାରୀଙ୍କ କହିବାନୁସାରେ, ଶନିବାର ଜେଲେନସ୍କି ଏବଂ ପୁଟିନଙ୍କ ମଧ୍ୟରେ ବୈଠକ ନେଇ ସହମତି ପ୍ରକାଶ ପାଇଛି । ସେମାନେ ଶାନ୍ତି ପ୍ରତିଷ୍ଠାର ଅତି ନିକଟରେ ପହଁଚିଛନ୍ତି । ଏହା ପଛରେ ଆମେରିକାର ବଡ ଭୁମିକା ରହିଛି । ରବିବାର ଆବୁଧାବିରେ ମସ୍କୋ ଏବଂ କିଭ୍ ଅଧିକାରୀ ଦୀର୍ଘଘଣ୍ଟା ଧରି ଆଲୋଚନା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+