ରୁଷ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ , ପୁଟିନଙ୍କ କାର୍ ଜଳି ପୋଡି ପାଉଁଶ
ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ତାଙ୍କ ସହିତ ଜଡିତ ଥିବା ଲିମୋଜିନର ବିସ୍ଫୋରଣ ହୋଇଥିବା ଜଣାପଡିଛି । ମସ୍କୋ ସ୍ଥିତ FSB ହେଡକ୍ବାଟର୍ସ ଆଗରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ନିଆଁ ଲାଗି ଲିମୋଜିନ ଛାରଖାର ହୋଇଛି। ତେବେ ବିସ୍ପୋରଣ ବେଳେ କାରରେ ପୁଟିନ ନ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଏହି ବିସ୍ଫୋରଣ ପରେ, ପୁଟିନ ନର୍ଦ୍ଦମା ଯାଞ୍ଚ ଠାରୁ ଆରମ୍ଭ କରି ତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବା ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ପ୍ରଥମେ ଇଞ୍ଜିନରୁ ନିଆଁ ଲାଗିଥିଲା ଏବଂ ପରେ ଏହା ସମ୍ପୂର୍ଣ୍ଣ କାର୍କୁ ଗ୍ରାସ କରିଥିଲା। ଲିମୋଜିନ୍ରେ ନିଆଁ ଲାଗିବା ମାତ୍ରେ ପାଖରେ ଉପସ୍ଥିତ ବାର କର୍ମଚାରୀମାନେ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ, କିନ୍ତୁ ନିଆଁ ଏତେ ତୀବ୍ର ଥିଲା ଯେ ସେମାନେ କିଛି କରିପାରି ନଥିଲେ। ବିସ୍ଫୋରଣ ସମୟରେ କାର୍ରେ କିଏ ଉପସ୍ଥିତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଲିମୋଜିନ୍ଟି ରୁଷିଆର ରାଷ୍ଟ୍ରପତି ସମ୍ପତ୍ତି ପରିଚାଳନା ବିଭାଗର ବୋଲି କୁହାଯାଉଛି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାଟି ମସ୍କୋର ଲୁବ୍ୟାଙ୍କା ଅଞ୍ଚଳରେ ଥିବା ଏଫଏସବି ଗୁପ୍ତ ସେବା ମୁଖ୍ୟାଳୟ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ଏହି କାର୍ର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା।












Click it and Unblock the Notifications