ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଋଷ ରାଷ୍ଟ୍ରପତି, କହିଲେ ଆଲୋଚନା ପାଇଁ ଅଛନ୍ତି ପ୍ରସ୍ତୁତ

Donald Trump Inauguration: ଆଉ କିଛି ସମୟରେ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଏହା ପୂର୍ବରୁ ହିଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁଟିନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ରୁଷ-ୟୁକ୍ରେନ ବିବାଦ ଉପରେ ଆଲୋଚନା କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।

ପୁଟିନ କହିଛନ୍ତି, "ଆମେ ନୂତନ ଆମେରିକୀୟ ପ୍ରଶାସନ ସହିତ ୟୁକ୍ରେନୀୟ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ।" ସେ ଜୋର ଦେଇ କହିଥିଲେ ଯେ ଯେକୌଣସି ଚୁକ୍ତିନାମାର ମୂଳଦୁଆ "ସମସ୍ତ ପକ୍ଷଙ୍କ ବୈଧ ସ୍ୱାର୍ଥ ଏବଂ ସ୍ଥାୟୀ ଶାନ୍ତି ପ୍ରତି ସମ୍ମାନ" ହେବା ଆବଶ୍ୟକ।

Donald Trump Inauguration

ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ତାଙ୍କ ବିବୃତ୍ତିରେ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଦାୟିତ୍ୱ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିପାରିବେ। "ଏହି ଯୁଦ୍ଧର ସମାଧାନ ପାଇଁ ଅତ୍ୟନ୍ତ ଆଗ୍ରହୀ। ମୁଁ ରାଷ୍ଟ୍ରପତି ହେବା ପୂର୍ବରୁ ଏହାକୁ ସମାଧାନ କରିବି," ଟ୍ରମ୍ପ କମଳା ହାରିସଙ୍କ ସହ ଏକ ବିତର୍କ ସମୟରେ ଏହା କହିଥିଲେ।

ପ୍ରକୃତରେ, ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଥିଲେ ଯେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କୁ ସେବହୁତ ଭଲ ଭାବରେ ଜାଣନ୍ତି। ସେ କହିଥିଲେ, "ପୁଟିନ୍ ଏବଂ ଜେଲେନ୍ସକି ମୋତେ ସମ୍ମାନ କରନ୍ତି। ସେମାନେ ବାଇଡେନଙ୍କୁ ସମ୍ମାନ କରନ୍ତି ନାହିଁ।" ଟ୍ରମ୍ପ ବାରମ୍ବାର ୟୁକ୍ରେନକୁ ଆମେରିକାର ସହାୟତା ଉପରେ ପ୍ରଶ୍ନ ଉଠାଇଥିଲେ । ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ୟୁକ୍ରେନକୁ ଆମେରିକୀୟ ସହାୟତା ବନ୍ଦ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।
ତେବେ ବର୍ତ୍ତମାନ ଦେଖିବା ବାକି ରହିଲା ନିର୍ବାଚନ ପୂର୍ବରୁ ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତିକୁ କିପରି କାର୍ଯ୍ୟକାରୀ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+