ପଛକୁ ହଟିବାକୁ ନାରାଜ PTI ସମର୍ଥକ, ଇମ୍ରାନଙ୍କୁ ଭେଟ କରିବା ପାଇଁ ଭଉଣୀଙ୍କୁ ମିଳିଲା ଅନୁମତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଅନେକ ପ୍ରକାର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ପରିବାରଲୋକ ବି ଇମ୍ରାନଙ୍କୁ ଗତ ଏକମାସ ହେବ ଭେଟି ପାରୁ ନଥିବା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ଏହି କାରଣରୁ କ୍ରମାଗତ ଭାବେ ପ୍ରଦର୍ଶନ ଜାରି ରଖିଥିଲେ ଓ ରଖିଛନ୍ତି ମଧ୍ୟ।

ମୁଣ୍ଡ ନୁଆଁଇଛନ୍ତି ପାକିସ୍ତାନ ସରକାର

ଆଦିଆଲା ଜେଲ ବାହାରେ ଇମ୍ରାନଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବା ପରେ ଶେଷରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇଛନ୍ତି। ମଙ୍ଗଳବାର ଭଉଣୀ ଡ. ଉଜମା ଖାନଙ୍କୁ ଭାଇ ଇମ୍ରାନଙ୍କ ସହିତ ଭେଟିବା ପାଇଁ ଅନୁମତି ମିଳିବା ପରେ ଜେଲ ପ୍ରଶାସନ ଭିତରକୁ ଡକିଥିଲେ।

IMRAN

ଇମ୍ରାନଙ୍କ ଅନ୍ୟ ଭଉଣୀ ନୋରିନୀ ନିଆଜୀ, ଆଲୀମା ଖାନ ମଧ୍ୟ ସକାଳ ୧୧.୩୦ରେ ଜେଲରେ ପହଞ୍ଚିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭେଟିବାକୁ କୌଣସି ପ୍ରକାର ଅନୁମତି ଦିଆଯାଇ ନାହିଁ। ଆଦିଆଲା ଜେଲ ପରିସରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଜେଲକୁ ଯାଉଥିବା ସମସ୍ତ ରାସ୍ତାକୁ ଅବରୋଧ କରାଯାଇଛି। ରାସ୍ତାରେ ପୁଲିସ ଏବଂ ରେଞ୍ଜର୍ସଙ୍କୁ ମୁତୟନ କରାଯିବା ସହିତ ଲୋକଙ୍କୁ ନିୟମିତ ଭାବରେ ତଲାସି କରାଯାଉଛି।

ରାୱଲପିଣ୍ଡିରେ ୧୪୪ଧାରା ଜାରି କରାଯିବା ସହିତ ସମସ୍ତ ପ୍ରକାର ସମାବେଶ ଏବଂ ରାଲିକୁ ବାରଣ କରାଯାଇଛି। କୌଣସି ପ୍ରକାର ହିଂସାତ୍ମକସ୍ଥିତି କିମ୍ବା ଭଙ୍ଗାରୁଜା ହେଲେ ସୁରକ୍ଷା ବାହିନୀ ଗୁଳି ଚଳାଇ ପାରିବାର କଡ଼ା ନିୟମ ଜାରି କରାଯାଇଛି।

କଠୋର କଟକଣା ଏବଂ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପିଟିଆଇ ସମର୍ଥକମାନେ ଆଦିଆଲା ଜେଲ ବାହାରେ ବହୁସଂଖ୍ୟାରେ ଉପସ୍ଥିତ ଅଛନ୍ତି। ପ୍ରତିବାଦକାରୀମାନେ ସ୍ଲୋଗାନ ଦେବା ଜାରି ରଖିଛନ୍ତି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପ୍ରଶାସନ ହାଇ ଆଲର୍ଟରେ ଅଛି।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଥିଲା । ସେ ଜେଲରେ ପ୍ରାଣ ହରାଇଥିବା ଖବରକୁ ନେଇ ରାଓ୍ୱଲପିଣ୍ଡି ଜେଲ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଅଦିଆଲା ଜେଲରୁ ଇମ୍ରାନଙ୍କ ସ୍ଥାନାନ୍ତର ଖବରରେ କୌଣସି ସତ୍ୟତା ନାହିଁ । ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତ ସୁବିଧା ପ୍ରଦାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+