ଜେଲେନସ୍କିଙ୍କ ଗାଦି ଟଳମଳ, ଦେଶବାସୀ କରୁଛନ୍ତି.....
ରଷିଆ ସହିତ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ, ଖବର ଆସୁଛି ଯେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଅନେକ ବଡ଼ ସହରରେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି। ଏହା ପରେ, ଜେଲେନସ୍କି ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ରାଜଧାନୀ କିଭ୍ ଏବଂ ୟୁକ୍ରେନର ଅନ୍ୟାନ୍ୟ ସହରରେ ଲୋକେ ଏକତ୍ରିତ ହୋଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ୟୁକ୍ରେନୀୟ ସଂସଦ ଦ୍ୱାରା ଗୃହୀତ ଏକ ବିବାଦୀୟ ବିଲ୍ ଉପରେ ଭିଟୋ ପ୍ରୟୋଗ କରିବାକୁ ଆହ୍ୱାନ କରିଥିଲେ।

ସୂଚନା ଅନୁଯାୟୀ, ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଜେଲେନ୍ସକି ସରକାର ଦ୍ୱାରା ସମ୍ପ୍ରତି ଗୃହୀତ ବିଲ୍ ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏନଏବିୟୁ) ଏବଂ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ପ୍ରସିକ୍ୟୁଟର ଅଫିସ (ଏସଏପିଓ)ର ସ୍ୱାଧୀନତାକୁ ବିପଦରେ ପକାଇପାରେ। ସେମାନେ କହିଛନ୍ତି ଯେ, ସରକାର ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଆଇନଗୁଡ଼ିକୁ ବ୍ୟବହାର କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଏହି ଏଜେନ୍ସିଗୁଡ଼ିକ ଉପରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟର କବ୍ଜା ବୃଦ୍ଧି ପାଇବ, ଯାହା ସେମାନଙ୍କର ତଦନ୍ତ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ୱାଧୀନତାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।












Click it and Unblock the Notifications