Get Updates
Get notified of breaking news, exclusive insights, and must-see stories!

ଶ୍ରୀଲଙ୍କା ହିଂସା: ରାଷ୍ଟ୍ରପତି ଭବନରୁ ଆନ୍ଦୋଳନକାରୀଙ୍କ ହାତରେ ଲାଗିଲା ବିପୁଳ ଟଙ୍କା

ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସମଗ୍ର ଅଟ୍ଟାଳିକାକୁ ନିୟନ୍ତ୍ରଣକୁ ନେଇଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ ହାତରେ ଲାଗିଛି ବିପୁଳ ଟଙ୍କା ।

କଲୋମ୍ବୋ: ଶ୍ରୀଲଙ୍କରେ ବଢୁଛି ପ୍ରତିବାଦ ଓ ହିଂସା । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବାସଭବନ ଛାଡି ପଳାୟନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି । ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସମଗ୍ର ଅଟ୍ଟାଳିକାକୁ ନିୟନ୍ତ୍ରଣକୁ ନେଇଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ ହାତରେ ଲାଗିଛି ବିପୁଳ ଟଙ୍କା ।

srilanka

ଅନ୍ୟ ରାଜନେତା ଓ ଜନ ପ୍ରତିନିଧିମାନେ ପ୍ରାଣ ଭୟରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି । କିଛି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ରକ୍ଷା ପାଇପାରି ନାହାନ୍ତି । ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ସ୍ଥିତି, ସେନା ଓ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ରାଜଧାନୀ କଲୋମ୍ବୋ ସମେତ ଦେଶର ଅନ୍ୟ କିଛି ପ୍ରମୁଖ ସହରରେ ପ୍ରତିବାଦ ଏବେ ଗୃହଯୁଦ୍ଧ ମୁହାଁ ହୋଇଛି ।

ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟୋବାୟାଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିବା ସହ ରାଷ୍ଟ୍ରପତି ଭବନର ସୁଇମିଂ ପୁଲ ଓ କିଚେନରେ ମଧ୍ୟ ଉପଦ୍ରବ କରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପ୍ରତିବାଦକାରୀମାନେ ଶ୍ରୀଲଙ୍କା ସଙ୍କଟ ପାଇଁ ସରକାରଙ୍କ ଭୁଲ ଅର୍ଥନୀତିକୁ ଦାୟୀ କରିଛନ୍ତି ।

ଆନ୍ଦୋଳନକାରୀଙ୍କୁ ଶାନ୍ତି ବଜାୟ ରଖିବା ସହ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସେନାକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଶ୍ରୀଲଙ୍କା ପ୍ରତିରକ୍ଷା ପ୍ରମୁଖ୍ୟ ଜେନେରାଲ ସିଲଭା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+