ଜେଲେନସ୍କିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି । ଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ମାନବିକ ସହାୟତା ଜାରି ରଖିବ । ମୋଦି 'ଏକ୍ସ'ରେ ଲେଖିଛନ୍ତି ଯେ ଶାନ୍ତିର ସବୁ ପ୍ରକାର ଉଦ୍ୟମ ଓ ଜାରି ସଂଘର୍ଷକୁ ଯଥାଶୀଘ୍ର ସମାପ୍ତ କରିବା ଦିଗରେ ଭାରତ ନିରନ୍ତର ସମର୍ଥନ କରିବ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତା ଓ କୁଟନୀତିର ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଜେଲଂସ୍କିଙ୍କୁ ଭାରତ ଜନ-କେନ୍ଦ୍ରିତ ଦୃଷ୍ଟିକୋଣରୁ ମାନବୀୟ ସହାୟତା ପ୍ରଦାନ କରିବା ଜାରି ରଖୁବ ବୋଲି ଭରସା ଦେଇଛନ୍ତି । ଏହି ଆଲୋଚନାରେ ଭାରତରୁ ମିଳିଥିବା ନିୟମିତ ସହାୟତା ଲାଗି ଜେଲଂସ୍କି କୃତଜ୍ଞତା ଜଣାଇଛନ୍ତି । ଜେଲଂସ୍କି କହିଛନ୍ତି ଯେ ଭାରତ ଦୁଇ ପକ୍ଷଙ୍କ ମଧ୍ୟରେ ସବୁ ପ୍ରସଙ୍ଗରେ ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ସମାଧାନର ସମସ୍ତ ଉଦ୍ୟମକୁ ସମର୍ଥନ କରିଛି ।

modi zelensky

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଶାନ୍ତିପୂର୍ଣ୍ଣ ସମାଧାନର ସମର୍ଥନ କରିବା ଲାଗି ନିଜର କ୍ଷମତା ଅନୁସାରେ ସବୁକିଛି କରିବା ଜାରି ରଖିବ ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନ ଲୋକଙ୍କୁ ଭାରତ ପକ୍ଷରୁ ମିଳୁଥିବା ନିରନ୍ତର ମାନବୀୟ ସହାୟତା ନିମନ୍ତେ କୃତଜ୍ଞତା ଜଣାଇବା ସହିତ ଉଭୟ ସମ୍ପର୍କରେ ରହିବା ପାଇଁ ସହମତ ହୋଇଛନ୍ତି । ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ପଞ୍ଚମ ପାଳି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଏକମାତ୍ର ଉପାୟ ବୋଲି କହିଛନ୍ତି ।

କିଛିଦିନ ତଳେ ଅନୁଷ୍ଠିତ ରୁଷ ନିର୍ବାଚନରେ ପୁଟିନ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନରେ ବିରୋଧୀ ଦଳଙ୍କ ପକ୍ଷରୁ କୌଣସି ପ୍ରାର୍ଥୀ ନଥିବାବେଳେ କେବଳ ୩ ଜଣ ନାମମାତ୍ର ପ୍ରାର୍ଥୀ ପୁଟିନଙ୍କ ବିରୋଧରେ ଲଢିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+