Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ପ୍ରସିଦ୍ଧ ଲୁବ୍ର ମ୍ୟୁଜିୟମ୍‌ରୁ ଡକାୟତି ..... ନେପୋଲିଅନଙ୍କ ସଂଗ୍ରହରୁ ନଅଟି ଅମୂଲ୍ୟ ଅଳଙ୍କାର ଚୋରି

ବିଶ୍ୱର ଅନ୍ୟତମ ବିଖ୍ୟାତ ସାଂସ୍କୃତିକ ପ୍ରତିଷ୍ଠାନ ପ୍ୟାରିସ୍‌ର ଲୁବ୍ର ମ୍ୟୁଜିୟମ୍‌ରେ ଆଜି ସକାଳେ ଏକ ଚାଞ୍ଚଲ୍ୟକର ଚୋରି ଘଟଣା ଘଟିଛି। ମୁଖାପିନ୍ଧା ୩ରୁ ୪ ଜଣିଆ ଚୋର ଦଳ ମାତ୍ର ୭ ମିନିଟ୍‌ରେ ନେପୋଲିୟନ ବୋନାପାର୍ଟଙ୍କ ସମୟର ଅମୂଲ୍ୟ ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ମ୍ୟୁଜିୟମ୍‌ରେ ଆତଙ୍କ ଖେଳିଯାଇଥିଲା ଓ ସମସ୍ତ ଦର୍ଶକଙ୍କୁ ତୁରନ୍ତ ମ୍ୟୁଜିୟମ୍‌ ଛାଡ଼ିବାକୁ କୁହାଯାଇଥିଲା।

ସକାଳ ପ୍ରାୟ ସାଢ଼େ ୯ଟାରେ ମ୍ୟୁଜିୟମ୍ ଖୋଲିବାର କିଛି ମିନିଟ୍ ପରେ ଚୋରମାନେ ସେନ୍ ନଦୀ କୂଳରେ ଚାଲିଥିବା ଏକ ନିର୍ମାଣସ୍ଥଳରେ ଥିବା ଟ୍ରକ୍‌ରେ ଲାଗିଥିବା ବାସ୍କେଟ୍ ଲିଫ୍ଟ ବ୍ୟବହାର କରି ମ୍ୟୁଜିୟମ୍‌ର ପ୍ରଥମ ମହଲାର ଏକ ବାଲ୍‌କୋନି ଝରକା ଦେଇ ପ୍ରବେଶ କରିଥିଲେ।

Louvre Museum

ସେମାନେ ଡିସ୍କ କଟର୍‌ ଦ୍ୱାରା କାଚ ଝରକାକାଟି ଆପୋଲୋ ଗ୍ୟାଲେରିରେ ପହଞ୍ଚିଥିଲେ। ସେଠାରେ ସେମାନେ ଦୁଇଟି ପ୍ରଦର୍ଶନ ଆଲମିରା ଭାଙ୍ଗି ନେପୋଲିୟନଙ୍କ ସମୟର ୯ଟି ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ। ଏହା ପରେ ସେମାନେ ସ୍କୁଟର୍‌ରେ ଫେରାର୍‌ ହୋଇଯାଇଥିଲେ। ସମଗ୍ର ଘଟଣା ମାତ୍ର ୪ରୁ ୭ ମିନିଟ୍‌ରେ ଘଟିଥିଲା। ତେବେ ନେପୋଲିୟନଙ୍କ ଖଣ୍ଡାରେ ଥିବା ୧୪୦ କ୍ୟାରେଟ୍‌ର ରିଜେଣ୍ଟ ଡାଇମଣ୍ଡ ଅକ୍ଷତ ରହିଥିବା ଜଣାପଡ଼ିଛି। ଏହାସହିତ ଏକ ଭଙ୍ଗା ମୁକୁଟ ନିକଟସ୍ଥ ରାସ୍ତାରୁ ପୁଲିସ ଉଦ୍ଧାର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+