ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ଶାସନ ଲାଗୁ, ଜାଣନ୍ତୁ କାହିଁକି ଏମିତି ନିଷ୍ପତ୍ତି

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ ଦେଶରେ ଜରୁରିକାଳୀନ ସାମରିକ ଆଇନ ଘୋଷଣା କରିଛନ୍ତି। ଦେଶର ବଜେଟ ବିଲକୁ ନେଇ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ରାଷ୍ଟ୍ରପତି ୟୋଲ ଏମର୍ଜେନ୍ସି ଲାଗୁ କରିଛନ୍ତି। ଉତ୍ତର କୋରିଆର କମ୍ୟୁନିଷ୍ଟ ବାହିନୀ କବଳରୁ ଦେଶକୁ ରକ୍ଷା କରିବା ପାଇଁ ସେ ଏପରି ପଦକ୍ଷେପର ଆବଶ୍ୟକ ରହିଛି ବୋଲି କହିଛନ୍ତି।

South Korea

ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ୟୋଲ କହିଛନ୍ତି, "ଉଦାରବାଦୀ ଦକ୍ଷିଣ କୋରିଆକୁ ପଡ଼ୋଶୀ ଉତ୍ତର କୋରିଆର କମ୍ୟୁନିଷ୍ଟ ଫୋର୍ସ ପକ୍ଷରୁ ବିପଦ ସୃଷ୍ଟି ହୋଇଛି। ଏଥିସହ ଦେଶ ବିରୋଧୀ ତତ୍ତ୍ୱ ଏବେ ମାତି ଛନ୍ତି। ସେମାନଙ୍କୁ ନିପାତ କରିବା ଓ ଦେଶର ସୁରକ୍ଷା ପାଇଁ ମୁଁ ଏମର୍ଜେନ୍ସି ସାମାରିକ ଆଇନ ଲାଗୁ କରୁଛି।

ଲୋକଙ୍କ କଥା ନ ଭାବି ବିରୋଧୀ ଦଳ କେବଳ ସରକାରୀ ନୀତିକୁ ଅଚଳ କରିବାକୁ ଚେଷ୍ଟା କରୁଛନ୍ତି। ଅନାସ୍ଥା ଆଣିବା, ସ୍ୱତନ୍ତ୍ର ତଦନ୍ତକୁ ବିରୋଧ କରିବା ଓ ସେମାନଙ୍କ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀ କେବଳ ଅପଚେଷ୍ଟା କରୁଛନ୍ତି।" ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦେଶର ଶାସନ ଓ ଗଣତନ୍ତ୍ର ଉପରେ କି ପ୍ରକାରର ପ୍ରଭାବ ପକାଇବ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+