ମସ୍କୋରୁ ବାହାରିଲେ ରାଷ୍ଟ୍ରପତି ପୁଟିନ୍, ସନ୍ଧ୍ୟାରେ ପହଁଞ୍ଚିବେ ଦିଲ୍ଲୀରେ
ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍। ମସ୍କୋରୁ ପୁଟିନ୍ ବାହାରି ସାରିଛନ୍ତି। ସେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବେ। ରୁଷ ରାଷ୍ଟ୍ରପତିଙ୍କ ଏହି ଦୁଇ ଦିବସୀୟ ଯାତ୍ରା ଖୁବ୍ ଖାସ୍, କାରଣ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ଓ ରୁଷ ଉପରେ ଅନ୍ତର୍ଜାତୀୟ କଟକଣା ଲଗାଇବା ପରେ ପ୍ରଥମ ଥର ପୁଟିନ୍ ଭାରତ ଆସୁଥିଲେ। ସେ ୨୩ ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେବେ।

ପୁଟିନ ସ୍ବାଗତ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି। ଦିଲ୍ଲୀରେ ବର୍ତ୍ତମାନ ହାଇଆଲର୍ଟ ଜାରି କରି ଦିଆଯାଇଛି।ସୁତ୍ରର ଖବର ଅନୁସାରେ ପୁଟିନଙ୍କୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ଲୋକ କଲ୍ୟାଣ ମାର୍ଗରେ ପୁଟିନଙ୍କୁ ସାକ୍ଷାତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ମାନରେ ଏକ ପ୍ରାଇଭେଟ୍ ଡିନରର ମଧ୍ୟ ଆୟୋଜନ କରିବେ। ରୁଷର ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକେ ଗୁରୁବାର ସଂସଦ ଭବନରେ ପହଁଞ୍ଚିଥିଲେ। ସେଠାରେ ତାଙ୍କର ସାକ୍ଷାତ ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ହେବାକୁ ଯାଉଛି। ଏହି ବୈଠକ ସଂସଦ ଭବନରେ ଆୟୋଜିତ କରାଯିବ।












Click it and Unblock the Notifications