ମୋଦିଙ୍କୁ ଟି-ସାର୍ଟ ଉପହାର ଦେଲେ ରାଷ୍ଟ୍ରପତି ବାଇଡେନ୍, ସେଥିରେ ଲେଖାଅଛି ଏପରି...
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟାଏ ବିଶେଷ 'ଟି-ସାର୍ଟ' ଉପହାର ଦେଇଛନ୍ତି । ଯେଉଁଥିରେ ଲେଖାଅଛି 'ଦି ଫ୍ୟୁଚର୍ ଇଜ୍ ଏଆଇ- ଆମେରିକା ଆଣ୍ଡ୍ ଇଣ୍ଡିଆ'। ଏହାର ଅର୍ଥ କଣ, ଆସନ୍ତୁ ଜାଣିବା....
ଦୁଇ ଦିନ ତଳେ ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ମୋଦି ଐତିହାସିକ ଉଦବୋଧନ ଦେବା ବେଳେ 'ଏଆଇ'ରେ (ଆମେରିକା-ଇଣ୍ଡିଆ) ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବିକାଶକୁ ପ୍ରଶଂସା କରିଥିଲେ । ମୋଦି ନିଜ ଭାଷଣ ଭିତରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏହି ଏଆଇ ଉପାଖ୍ୟାନ । ମୋଦି ନିଜ ଭାଷଣରେ କହିଥିଲେ, 'ଏବେ ଏଆଇର ଯୁଗ ଆରମ୍ଭ ହୋଇଛି । ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୋଲି ସମସ୍ତ ଜାଣନ୍ତି । କିନ୍ତୁ ଏଠି ମୁଁ କହି ରଖୁଛି ଯେ, ଏଆଇର ଯୁଗ ଅର୍ଥାତ ଆମେରିକା-ଇଣ୍ଡିଆ ଯୁଗ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୭ ବର୍ଷ ଭିତରେ ଅନେକ କିଛି ବଦଳିଯାଇଛି, କିନ୍ତୁ, ବଦଳି ନାହିଁ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତ୍ବ ନିବିଡ଼ତର କରିବା ପ୍ରତିବଦ୍ଧତା ।ମୋଦିଙ୍କ ଏହି ଭାଷଣ ଶୁଣିବା ପରେ ଆମେରିକା ପ୍ରେସିଡେଣ୍ଟ ଜୋ ବାଇଡେନ୍ ଏପରି ଏକ ନାଲି ରଙ୍ଗର ଟି-ସାର୍ଟ ଉପହାର ଦେଇଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ସୂଚନାଥାଉ କି, ତିନି ଦିନିଆ ଆମେରିକା ଗସ୍ତ ସାରି ଆଜି ପୁଣି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହେବା ପୂର୍ବରୁ ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ମୋଦି ସମ୍ବୋଧନ କରି କହିଥିଲେ, ଭାରତ-ଆମେରିକା ପାର୍ଟନରସିପ୍ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଶ୍ରେଷ୍ଠ କରିବ । ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ । ଭାରତରେ ପୁଞ୍ଜି ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ ।












Click it and Unblock the Notifications