ଲଣ୍ଡନରେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଷ୍ଟ୍ରପତି ମୁର୍ମୁ
ଲଣ୍ଡନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଲଣ୍ଡନ: ଲଣ୍ଡନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ଭଉଣୀ ଶେଖ ରେହାନା ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ସାକ୍ଷାତ କରିଛନ୍ତି ।

ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ସାକ୍ଷାତକାର ହୋଇଥିଲା । ଏନେଇ ରାଷ୍ଟ୍ରପତି ମୁର୍ମୁ ନିଜ ଟ୍ବିଟରରେ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ମୁର୍ମୁ ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହ ହାସନଙ୍କୁ ମଧ୍ୟ ଭେଟିଛନ୍ତି । ସୁଲୁହ ହାସନ ହେଉଛନ୍ତି ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ।

President Droupadi Murmu met with Prime Minister of Bangladesh Sheikh Hasina and her sister, Sheikh Rehana just before commencement of the State Funeral at London. pic.twitter.com/PZWiAcqtsF
— President of India (@rashtrapatibhvn) September 19, 2022
ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ପାଇଁ ଶନିବାର ରାତିରେ ରାଷ୍ଟ୍ରପତି ମୁର୍ମୁ ଲଣ୍ଡନ ଗସ୍ତ କରିଥିଲେ । ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ୱେଷ୍ଟ ମିନିଷ୍ଟର ଆବେରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
President Droupadi Murmu visited Westminster Hall London where the body of Her Majesty the Queen Elizabeth II is lying in state. The President offered tributes to the departed soul on her own behalf and on behalf of the people of India. pic.twitter.com/c1Qac7PhPd
— President of India (@rashtrapatibhvn) September 18, 2022












Click it and Unblock the Notifications