ଆଜି ହେବ ପୋପ୍ ଫ୍ରାନ୍ସିସଙ୍କ ଶେଷକୃତ୍ୟ , ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି । ଆଜି ଅର୍ଥାତ୍ ଶନିବାର ଭାଟିକାନ୍ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ସେମାନଙ୍କ ବ୍ୟତୀତ ଭାରତୀୟ ପ୍ରତିନିଧିମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଓ ମୋଆ ବିଧାନସଭାର ଉପବାଚସ୍ପତି ଜୋଶୁଆ ପିଟର ଡି' ସୁଜା ମଧ୍ୟ ସାମିଲ ଅଛନ୍ତି। ଏହାବ୍ୟତୀତ ୫୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଓ ୧୩୦ ରାଷ୍ଟ୍ରର ପ୍ରତିନିଧି ଶେଷକୃତ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୧୧୩ କାର୍ଡିନାଲ ରୋମରେ ପହଞ୍ଚି ସାରିଛନ୍ତି। ଶନିବାର ଶେଷକୃତ୍ୟ ସମ୍ପନ୍ନ ହେବାପରେ ନୂତନ ପୋପ୍ ନିଯୁକ୍ତି ପାଇଁ ଏହି କାର୍ଡିନାଲମାନେ ଏକ ଉଚ୍ଚସ୍ତରୀୟ ବୈଠକରେ ମିଳିତ ହେବେ।












Click it and Unblock the Notifications