ଏପ୍ରିଲ ୨୬ରେ ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର
କ୍ୟାଥୋଲିକ୍ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର ଏପ୍ରିଲ ୨୬ରେ କରାଯିବ । ସେଣ୍ଟ ପିଟର୍ସ ସ୍କୋୟାରଠାରେ ସକାଳ ୧୦ଟାରେ ଶେଷକୃତ୍ୟ କରାଯିବା ନେଇ ଭାଟିକାନ୍ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ପାର୍ଥିବ ଶରୀରକୁ କଫିନ୍ରେ ରଖାଯିବା ସହ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୃତଦେହ ନିକଟରେ ଧାର୍ମିକ ନେତାଙ୍କ ଦ୍ୱାରା ପ୍ରାର୍ଥନା କରାଯାଉଛି ।
କ୍ୟାଥୋଲିକ୍ ଚର୍ଚ୍ଚର କାର୍ଡିନଲ୍ (ପାଦ୍ରୀ) ଭାଟିକାନ୍ରେ ପହଞ୍ଚିଛନ୍ତି । ଅନ୍ତିମ ସଂସ୍କାରରେ ସାରା ବିଶ୍ୱର ନେତା ଏବଂ ଜନସାଧାରଣ ଏକଜୁଟ ହେବେ । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ୮୮ ବର୍ଷୀୟ ପୋପ୍ଙ୍କର ସୋମବାର ସକାଳେ ପରଲୋକ ହୋଇଥିଲା । ଭାଟିକାନ୍ ଅନୁସାରେ, ଷ୍ଟ୍ରୋକ୍ ଏବଂ ହୃତ୍ପିଣ୍ଡ ଅଚଳ ହେବା ଯୋଗୁ ପୋପ୍ଙ୍କ ମୃତ୍ୟୁ ଘଟିଥିଲା ।

ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ପୋପ୍ଙ୍କ ମରଶରୀରକୁ ତାଙ୍କ ଭାଟିକାନ୍ ସ୍ଥିତ ସେଣ୍ଟ ମାର୍ଥା ବାସଭବନରେ କଫିନ୍ରେ ରଖାଯାଇଥିଲା । ଦେହାନ୍ତ ପରେ ପୋପ୍ଙ୍କ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । ତାଙ୍କୁ ଲାଲ୍ ପୋଷାକ ପରିଧାନ କରାଯାଇ, ମୁଣ୍ଡରେ ପୋପ୍ଙ୍କ ମୁକୁଟ ଏବଂ ହାତରେ ଏକ ମାଳା ସହ ଏକ ଖୋଲା କଫିନ୍ରେ ରଖାଯାଇଥିବା ଦେଖିବାକୁ ମିଳିଛି । ପୋପ୍ଙ୍କ ଅନ୍ତିମ ସଂସ୍କାର ବେଳେ ଭାଟିକାନ୍ର ସେଣ୍ଟପିଟର୍ସ ସ୍କୋୟାରରେ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।












Click it and Unblock the Notifications