ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ, ଗଭୀର ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Pop Francis Death: ଏପ୍ରିଲ ୨୧ ତାରିଖରେ ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X'ରେ ଏକ ପୋଷ୍ଟ ସେୟରା କରି ଶୋକ ପ୍ରକାଶ କରିଛନ୍ତି ଏବଂ ପୋପ୍ ଫ୍ରାନ୍ସିସ୍ ଙ୍କ ସହିତ ତାଙ୍କର କିଛି ସ୍ମରଣୀୟ ଫଟୋ ମଧ୍ୟ ସେୟାର କରିଛନ୍ତି।

ପୋପ୍ ଫ୍ରାନ୍ସିସ୍‌ଙ୍କ ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ଯେ ସେ କରୁଣା, ନମ୍ର ଏବଂ ସେବା ମନୋଭାବର ପ୍ରତୀକ ଥିଲେ। ସେ ଗରିବ ଏବଂ ଅସହାୟଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି ଲେଖିଛନ୍ତି, "ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି କଷ୍ଟକର ସମୟରେ, ମୁଁ ବିଶ୍ୱର କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ସମବେଦନା ପ୍ରକାଶ କରୁଛି।

ପୋପ୍ ଫ୍ରାନ୍ସିସଙ୍କୁ ତାଙ୍କର କରୁଣା, ସରଳତା ଏବଂ ଆଧ୍ୟାତ୍ମିକ ସାହସ ପାଇଁ ବିଶ୍ୱର କୋଟି କୋଟି ଲୋକ ମନେ ରଖିବେ। ସେ ପିଲାଦିନରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପଥ ଅନୁସରଣ କରିଥିଲେ ଏବଂ ଦୁଃଖୀ ଲୋକଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଦୁଃଖୀ ଲୋକଙ୍କୁ ଆଶାର ଆଲୋକ ଦେଇଥିଲେ।

Pop Francis Death
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+