ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢ଼ିଲା
ବାଂଲାଦେଶର ରାଜଧାନୀ ଢାକାରେ ରାଲି ଏବଂ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଶେଷକରି ଢାକାର ସେହି ଅଞ୍ଚଳରେ ପ୍ରତିବାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି ଯେଉଁଠାରେ ବଡ଼ ନେତାଙ୍କ ଘର ଏବଂ ପ୍ରମୁଖ ସରକାରୀ ବିଭାଗର କାର୍ଯ୍ୟାଳୟ ଅବସ୍ଥିତ। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ବିରୁଦ୍ଧରେ ପ୍ରତିବାଦ ବୃଦ୍ଧି ପାଉଛି।

ୟୁନୁସ ସରକାର କିଛି ସମୟ ଧରି ବିରୋଧୀ ଦଳ, ସରକାରୀ କର୍ମଚାରୀ, ଶିକ୍ଷକ ଏବଂ ସେନା ପକ୍ଷରୁ ଅସନ୍ତୋଷର ସମ୍ମୁଖୀନ ହେଉଛି। ୟୁନୁସଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କର ପୁରୁଣା ସମର୍ଥକମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଢାକା ମେଟ୍ରୋପଲିଟାନ୍ ପୁଲିସ ରାଜଧାନୀରେ ସାଧାରଣ ସଭା, ଶୋଭାଯାତ୍ରା ଏବଂ ରାଲି ଉପରେ ପ୍ରତିବନ୍ଧକ ଲଗାଇଛି। ୟୁନୁସ ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ସରକାରୀ କର୍ମଚାରୀଙ୍କ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାହା ଦ୍ବାରା ସେମାନଙ୍କୁ ୧୪ ଦିନ ମଧ୍ୟରେ କୌଣସି ପ୍ରକ୍ରିୟା ବିନା କଦାଚାର ପାଇଁ ବହିଷ୍କାର କରିବାର ଅନୁମତି ପ୍ରଦରନ କରିଥାଏ।
ଢାକା ମେଟ୍ରୋପଲିଟାନ୍ ପୁଲିସ ସୋମବାର ମହମ୍ମଦ ୟୁନୁସଙ୍କ ସରକାରୀ ବାସଭବନ, ଯମୁନା ଗେଷ୍ଟ ହାଉସ୍, ବାଂଲାଦେଶ ସଚିବାଳୟ ଏବଂ ଆଖପାଖ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ୍ କରିଦେଇଛି। ୟୁନୁସ ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସରକାରୀ କର୍ମଚାରୀ ଏବଂ ଢାକା ସଚିବାଳୟର ଅଧିକାରୀମାନେ ସପ୍ତାହେ ଧରି ପ୍ରତିବାଦ କରିଆସୁଛନ୍ତି। ସରକାରୀ କର୍ମଚାରୀମାନେ ଏହି ଅଧ୍ୟାଦେଶକୁ ଏକ କଳା ଆଇନ ବୋଲି କହିଛନ୍ତି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଡିଏମପି କମିସନର ଏସଏମ ସଜ୍ଜତ ଅଲି କହିଛନ୍ତି ଯେ, ସାର୍ବଜନୀନ ଶୃଙ୍ଖଳା ଏବଂ ମହମ୍ମଦ ୟୁନୁସଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ଢାକା ଅଞ୍ଚଳରେ ପ୍ରତିବାଦ ଏବଂ ରାଲିକୁ ନିଷିଦ୍ଧ କରାଯାଇଛି। ଗତ ମାସରେ, ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରମୁଖ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସୀମା ସୁରକ୍ଷା ବାଂଲାଦେଶ (ବିଜିବି) ଏବଂ ପୁଲିସ ସ୍ୱାଟ୍ ୟୁନିଟ୍ ସମେତ ଅର୍ଦ୍ଧସାମରିକ ବାହିନୀକୁ ନିୟୋଜିତ କରିଥିଲେ।












Click it and Unblock the Notifications