ଡ଼ଙ୍ଗାରୁ ଜବତ ହେଲା ୨.୩ଟନ କୋକେନ୍, ୧୩ ଜଣଙ୍କୁ ବାନ୍ଧିଲା ପୋଲିସ
ଅଷ୍ଟ୍ରେଲିଆ ପୋଲିସ ଏକ ମତ୍ସ୍ୟଜୀବୀ ଡଙ୍ଗାରୁ ପ୍ରାୟ ୨.୩ ଟନ୍ କୋକେନ ଜବତ କରିଛି । କୁଇନ୍ସଲ୍ୟାଣ୍ଡ ଉପକୂଳରେ କ୍ଷତିଗ୍ରସ୍ତ ହୋଇଥିବା ଏକ ଡଙ୍ଗା ଉପରେ ଚଢ଼ାଉ କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୧୩ ଜଣ ଗିରଫ ହୋଇଛନ୍ତି । ଅଧିକାରୀମାନେ ସୋମବାର ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଜବତ ମାଦକ ଦ୍ରବ୍ୟର ବଜାର ମୂଲ୍ୟ ୭୬ କୋଟି ଅଷ୍ଟ୍ରେଲୀୟ ଡଲାର । ତଦନ୍ତକାରୀ ଅଧିକାରୀମାନେ ଏହି ମାଦକ ଦ୍ରବ୍ୟ କୌଣସି ଅଜଣା ଦକ୍ଷିଣ ଆମେରିକୀୟ ଦେଶରୁ ଅଣାଯାଇଥିବା କହିଛନ୍ତି ।
ଅଷ୍ଟ୍ରେଲୀୟ ପୋଲିସ୍ କମାଣ୍ଡର ଷ୍ଟିଫେନ୍ ଜେ କହିଛନ୍ତି ଯେ କୋମାଞ୍ଚେରୋସ୍ ମୋଟରସାଇକେଲ୍ ଗ୍ୟାଙ୍ଗ ଦ୍ୱାରା ଚୋରା ଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା । ମାସେ ଧରି ଯାଞ୍ଚ ଚାଲିବା ପରେ ଶନିବାର ଏବଂ ରବିବାର ଏହି ଗିରଫଦାରୀ କରାଯାଇଛି । ଜେ କହିଛନ୍ତି, ଏହି ଚୋରା ଚାଲାଣକାରୀମାନେ ଦୁଇଥର ଡଙ୍ଗା ସାହାଯ୍ୟରେ ଅଷ୍ଟ୍ରେଲିଆରେ ମାଦକ ଦ୍ରବ୍ୟ ଚୋରା ଚାଲାଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କ ପ୍ରଥମ ଡଙ୍ଗା ନଷ୍ଟ ହୋଇଯାଇଥିଲା । ଦ୍ୱିତୀୟ ଡଙ୍ଗା ବୁଡ଼ି ଯାଇଥିଲା, ଯାହାଫଳରେ ସେମାନେ ଅନେକ ଘଣ୍ଟା ଧରି ସମୁଦ୍ରରେ ଫସି ରହିଥିଲେ ।

ପୋଲିସ ମତ୍ସ୍ୟଜୀବୀ ଡଙ୍ଗା ଉପରେ ଚଢ଼ାଉ କରି କୋକେନ୍ ଜବତ କରିଛି । ମୁଖ୍ୟ ଡଙ୍ଗା ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ଥିଲା, ଯାହାକୁ ଧରାଯାଇ ପାରି ନ ଥିବା ଜେ କହିଛନ୍ତି । ପୂର୍ବରୁ ୧ ଟନରୁ ଅଧିକ କୋକେନ ଜବତ କରାଯାଇଥିଲା, କିନ୍ତୁ ସପ୍ତାହକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ପରିମାଣର ଜବତ ମାଦକ ଦ୍ରବ୍ୟ ।












Click it and Unblock the Notifications