ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ ଯୋଶିତା ରାଜପକ୍ଷେଙ୍କୁ ଗିରଫ କଲା ପୋଲିସ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ଯୋଶିତା ରାଜପକ୍ଷେଙ୍କୁ ପୁଲିସ ଶନିବାର ଗିରଫ କରିଛି। ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୨୦୧୫ରେ ମହିନ୍ଦା କ୍ଷମତାରେ ଥିବା ସମୟରେ ସମ୍ପତ୍ତି କିଣାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ତାଙ୍କ ଦାଦା ତଥା ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କୁ ବି ପୁଲିସ ପଚରାଉଚରା କରିଥିଲା।

ପୁଲିସ ସୂଚନା ଅନୁସାରେ ପୂର୍ବତନ ନୌସେନା ଅଧିକାରୀ ଯୋଶିତାଙ୍କୁ ତାଙ୍କ ବାସସ୍ଥାନ ବେଲିଏଟ୍ଟାରୁ ଗିରଫ କରାଯାଇଛି। ସେ ମହିନ୍ଦାଙ୍କ ମଝିଆଁ ପୁଅ।












Click it and Unblock the Notifications