ଚୀନ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କରିସ୍ମା, ସାଙ୍ଗରେ ଯିବା ପାଇଁ ୧୦ ମିନିଟ ଅପେକ୍ଷା କଲେ ପୁଟିନ
ଭାରତ ଓ ରୁଷିଆ ମଧ୍ୟରେ ଥିବା ବନ୍ଧୁତ୍ବର ଝଲକ୍ ପୁଣି ଥରେ ଦେଖିବାକୁ ମିଳିଛି। ସୋମବାର ଚୀନ୍ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ବେଶ୍ ଖାସ୍ ରହିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ତାଙ୍କ ପ୍ରିୟ ବନ୍ଧୁ ତଥା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ କାର୍ରେ ବସି ଯାଉଥିବାର ଦେଖିବାକୁ ମିଳିଛି। ସୂଚନା ରହିଛି ଯେ ପୁଟିନ୍ ମୋଦୀଙ୍କ ସହିତ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ଓ ସେଥିପାଇଁ ୧୦ ମିନିଟ୍ ଅପେକ୍ଷା କରି ରହିଲେ। ପୁଣି ଦୁଇ ବନ୍ଧୁ ସାଙ୍ଗ ହୋଇ ଏକାଠି ଏକ କାର୍ରେ ଗଲେ। ହୋଟେଲ୍ରେ ପହଞ୍ଚିବା ପରେ ବି ଦୁହେଁ ଗାଡ଼ି ଭିତରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ।

ଦୁଇ ନେତାଙ୍କ ବନ୍ଧୁତ୍ବ ଓ ପରସ୍ପର ସହ କଥାବାର୍ତ୍ତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୋଦୀ ଓ ପୁଟିନ୍ ଏସ୍ସିଓ ସମ୍ମିଳନୀସ୍ଥଳରୁ ନେଇ ହୋଟେଲ୍ ପର୍ଯ୍ୟନ୍ତ ସାଙ୍ଗ ହୋଇ ଯାତ୍ରା କରିଥିବାର ଦେଖିବାକୁ ମିଳିଛି।
ଉଭୟ ମୋଦୀ ଓ ପୁଟିନ୍ ପରସ୍ପରକୁ ହସି ସ୍ୱାଗତ କରିଥିଲେ ଏବଂ ଏକାଠି ଆଗକୁ ବଢ଼ିଥିଲେ। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ୍ କୌଣସି ପ୍ରସଙ୍ଗ ଉପରେ କଥା ହୋଇ ମଞ୍ଚ ଉପରେ ଚାଲି ଚାଲି ଯାଉଛନ୍ତି। ଦୁହେଁ ଖୁବ୍ ହସି ହସି ଆଗକୁ ବଢ଼ୁଥିବା ବେଳେ ଆଗରେ ଠିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ହେଲେ ଦୁହିଁଙ୍କ ମଧ୍ୟରୁ କେହି ବି ତାଙ୍କୁ ଗୁରୁତ୍ବ ନଦେଇ ଆଗକୁ ବଢ଼ିଯାଉଛନ୍ତି। ଏହି ସମୟରେ ଶେହବାଜ୍ ମୁହଁ ଫୁଲାଇ ଏକ କୋଣରେ ଠିଆ ହୋଇଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଶେହବାଜଙ୍କୁ ଚୀନରେ ସେତେଟା ଗୁରୁତ୍ବ ମିଳିନଥିବା ଲୋକେ କହିବା ଆରମ୍ଭ କରିଛନ୍ତି।












Click it and Unblock the Notifications