ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କ୍ୟାନସର ଖବର ପ୍ରଚାରିତ ହେବା ପରେ ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରଂପ ଜୋ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହୋଇଥିବା ନେଇ ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ବାଇଡେନଙ୍କ ମୂତ୍ରାଶୟରେ ସମସ୍ୟା ହେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହାପରେ ସେ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ଜଣାପଡ଼ିଛି । ୮୨ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଛନ୍ତି । ଗତ ଜାନୁଆରି ମାସରେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି ।

ସୂଚନା ଅନୁସାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ଅଛନ୍ତି । ବର୍ତ୍ତମାନ ଚିକିତ୍ସା ଚାଲିଛି ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ୮୨ ବର୍ଷୀୟ ବାଇଡେନଙ୍କୁ ପରାଜିତ କରି ଆମେରିକା ରାଷ୍ଟ୍ରପତି ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ ।












Click it and Unblock the Notifications