ଇସ୍ରାଏଲ ସମର୍ଥନରେ ଭାରତ! ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ ଯୋଗେ କଥାହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
PM Modi spoke to Israeli Prime Minister Benjamin Netanyahu over the phone: ଇସ୍ରାଏଲ୍ ହାମାସ୍ ଯୁଦ୍ଧ ଖବର: ହମାସ ଦ୍ୱାରା ରକେଟ୍ ଆକ୍ରମଣ ପରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଫୋନ୍ ମାଧ୍ୟମରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ଏନେଇ ନିଜେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ମୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଯୁ୍ଦ୍ଧ ବିଷୟରେ ଆଲୋଚନା କରିଛି । ବିପଦ ସମୟରେ ତାଙ୍କୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ଆମେ ଚେଷ୍ଟା କରିବୁ '।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି କଷ୍ଟ ସମୟରେ ଭାରତର ଲୋକମାନଙ୍କ ସମର୍ଥନ ଇସ୍ରାଏଲ ସହିତ ଅଛି । ଭାରତ ଆତଙ୍କବାଦକୁ ନିନ୍ଦା କରୁଛି।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରଧାନମନ୍ତ୍ରୀ ମୋଦି ମୂଳରୁ ଏହାକୁ ଅର୍ଥାତ୍ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ରକେଟ୍ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ । ସେ ଶନିବାର ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ ଅନୁସାରେ, ଇସ୍ରାଏଲ୍ ସେନା ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ୍ ବୃଦ୍ଧି କରି ଏହାକୁ ସମ୍ପୂର୍ଣ୍ଣ ଘେରି ରହିଛି। ଗାଜାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲର ଷ୍ଟ୍ରାଇକରେ 680ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ 3,700 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ସେହିପରି ଇସ୍ରାଏଲରେ 900ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ରହିଛି । ଏହି ସମୟରେ, ହମାସ ଆତଙ୍କବାଦୀ ମାନେ ଚେତାବନୀ ଦେଇଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ଇସ୍ରାଏଲ ଗାଜାର ନାଗାରିକଙ୍କ ଉପରେ ଆକ୍ରମଣ କରିବ ସେ ପର୍ଯ୍ୟନ୍ତ ହମାସ ବନ୍ଦି କରି ରଖିଥିବା ନାଗରିକଙ୍କର ହତ୍ୟା କରିବ ।












Click it and Unblock the Notifications