ହ୍ୱାଇଟ୍ ହାଉସରେ ମୋଦୀ-ଟ୍ରମ୍ପ ଆଲୋଚନା

ହ୍ବାଇଟ ହାଉସରେ ମୋଦି - ଟ୍ରମ୍ପ ସାକ୍ଷାତ । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ । ହ୍ୱାଇଟ୍ ହାଉସର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଏକ୍ସ'ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ସେୟାର କରିଥିଲେ। ଏକ୍ସ'ରେ ଫଟୋ ସେୟାର କରିବା ସମୟରେ ଡାନ୍ ସ୍କାଭିନୋ କହିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଛନ୍ତି।"

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କ ସମେତ ଭାରତୀୟ ପ୍ରତିନିଧିମଣ୍ଡଳୀ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ, ହ୍ୱାଇଟ୍ ହାଉସରେ ଭାରତୀୟ ପତାକା ଲଗାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଆମେରିକା ଗସ୍ତରେ ଆସିଥିବା ପ୍ରଥମ କିଛି ବିଶ୍ୱ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନ୍ୟତମ।

ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ କରି ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ନେତା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କଥାବାର୍ତ୍ତା ହୋଇଛନ୍ତି । ଯୁଦ୍ଧ ସମାପ୍ତ ପାଇଁ ଟ୍ରମ୍ପଙ୍କ ଉଦ୍ୟମକୁ ମୋଦି ସମର୍ଥନ କରି କହିଛନ୍ତି ଭାରତ ନିରପେକ୍ଷ ନୁହେଁ ।

ଭାରତ ଶାନ୍ତିର ସପକ୍ଷରେ । ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ କ୍ଷେତ୍ରରୁ କୌଣସି ସମାଧାନ ବାହାରି ପାରିବ ନାହିଁ । ମୋଦିଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଥିଲେ ଆମେ ଖୁବ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ । ଏହି ସାକ୍ଷାତ୍ ସମୟରେ ବିଶେଷକରି ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ଉଦୀୟମାନ ବିପଦ ଓ ରଣନୈତିକ ଗୁଇନ୍ଦା ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ଗୁଇନ୍ଦା ସହଯୋଗ ବୃଦ୍ଧି ସମେତ ଅନେକ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ। ମୋଦୀ ଆଜି ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି।

ଭାରତୀୟ ବଜାରକୁ ସ୍କେସ୍‌ଏକ୍ସର ଷ୍ଟାରଲିଙ୍କ୍‌ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ସଂକ୍ରାନ୍ତରେ ସେ ଆଲୋଚନା କରିଥିବା ଜଣାପଡ଼ିଛି। ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ଏବଂ ଏହାପରେ ଉଭୟ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରହିଛି। ମୋଦୀ-ଟ୍ରମ୍ପ ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଛି।

modi amp amp trump

୨୦୩୦ ସୁଦ୍ଧା ଭାରତ ଆମେରିକା ୫୦୦ ବିଲିଅନ ଡଲାର ବାଣିଜ୍ୟ କାରବାର ପାଇଁ ଲକ୍ଷ୍ୟ । ଆମେରିକା ଭାରତକୁ ଏଫ-୩୫ ଫାଇଟର ଜେଟ୍ ଯୋଗାଇବ। ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରମ୍ପଙ୍କୁ ଭେଟିବା ବେଳେ ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଟେସଲା ସିଇଓ ଏଲନ ମସ୍କ ଓ ତୁଲସି ଗାବାର୍ଡଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+