ବ୍ରାଜିଲ ରାଷ୍ଟ୍ରପତି ଭବନରେ ଭଙ୍ଗାରୁଜା ଘଟଣାର ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି
ବ୍ରାଜିଲ ରାଷ୍ଟ୍ରପତି ଭବନରେ ଭଙ୍ଗାରୁଜା ଘଟଣାର ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି,
ନୂଆଦିଲ୍ଲୀ: ଗତକାଲି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲସୋନାରୋଙ୍କ ସମର୍ଥକ ମାନେ ବ୍ରାଜିଲିଆରେ ନୂତନ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଶପଥ ଗ୍ରହଣ ବିରୋଧରେ ରାସ୍ତାରେ ହିଂସା ପ୍ରଦର୍ଶନ କରୁଛନ୍ତି । ବ୍ରାଜିଲ କଂଗ୍ରେସ (ସଂସଦ ଗୃହ) ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ସୁପ୍ରିମ୍ କୋର୍ଟ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା ।
ବ୍ରାଜିଲରେ ଏହି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କୁ ଟ୍ୱିଟରରେ ଟ୍ୟାଗ୍ କରି ସେ ଲେଖିଛନ୍ତି, "ରାଜଧାନୀ ବ୍ରାଜିଲିଆରେ ଦେଶର ଅନୁଷ୍ଠାନରେ ଦଙ୍ଗା, ବିଶୃଙ୍ଖଳା ପ୍ରଦର୍ଶନକୁ ନେଇ ମୁଁ ଚିନ୍ତିତ। ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି, ଆମେ ବ୍ରାଜିଲ ସରକାରଙ୍କୁ ଆମେ ସମର୍ଥନ ଜଣାଉଛୁ । "
Deeply concerned about the news of rioting and vandalism against the State institutions in Brasilia. Democratic traditions must be respected by everyone. We extend our full support to the Brazilian authorities. @LulaOficial
— Narendra Modi (@narendramodi) January 9, 2023
ଗତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନରେ ବୋଲସନାରୋ ପରାସ୍ତ ହୋଇଥିବାବେଳେ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ନେତୃତ୍ୱରେ ବାମପନ୍ଥୀ ଦଳ ଜିତିଥିଲା । ଯାହା ପରେ ଲୁଲା ଦା ସିଲଭା ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ବୋଲସନାରୋ ସମର୍ଥକମାନେ ନିର୍ବାଚନର ଫଳାଫଳ ଗ୍ରହଣ କରିବାକୁ ମନା କରି ଏକ ପ୍ରଦର୍ଶନ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି ।


ରବିବାର ଦିନ, ବୋଲସନାରୋଙ୍କ ସମର୍ଥକମାନେ ସୁରକ୍ଷା ବାହିନୀର କର୍ଡନ ଭାଙ୍ଗି ସଂସଦ ଗୃହ, ରାଷ୍ଟ୍ରପତିଙ୍କ ଗୃହ ଏବଂ ସୁପ୍ରିମକୋର୍ଟରେ ପ୍ରବେଶ କରିଥିଲେ। ବିକ୍ଷୋଭକାରୀମାନେ ଏଠାରେ ଭଙ୍ଗାରୁଜା କରିଥିଲେ । ଏଥି ସହ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୦୦ ଜଣଙ୍କୁ ଗିରଫ କରିଛି । ଏହି ଦଙ୍ଗାରେ କାହାରି ମୃତ୍ୟୁ ଖବର ସାମ୍ନାକୁ ଆସି ନାହିଁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନକୁ ଆମେରିକା ଏହାର ସମ୍ପୂର୍ଣ୍ଣ ସମର୍ଥନ ଦେବ । ଏହି ଆକ୍ରମଣକୁ ଆମେ ନିନ୍ଦା କରୁଛୁ ।
-
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ?












Click it and Unblock the Notifications