ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ଓ୍ବାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଏହା ପୂର୍ବରୁ ସେ ଟେସ୍ଲା ସିଇଓ ଏଲନ୍ ମସ୍କ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ମିଚେଲ ଓ୍ବାଲ୍ଟଜ ଏବଂ ଜାତୀୟ ଗୋଇନ୍ଦା ମୁଖ୍ୟ ତୁଲସୀ ଗାବାର୍ଡଙ୍କୁ ଭେଟିଛନ୍ତି। ମସ୍କ ଭାରତରେ ଟେସଲା କାର ଲଞ୍ଚ୍ କରିବାକୁ ବହୁଦିନରୁ ଉଦ୍ୟମ କରୁଛନ୍ତି । ମୋଦୀଙ୍କ ସହ ଏ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ମନେକରାଯାଉଛି ।

ଆଲୋଚନା କାଳରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା, ଟେକ୍ନୋଲୋଜି ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ନିବିଡ କରିବାକୁ ଗୁରୁତ୍ବ ଦେଇଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମି କଣ୍ଡକ୍ଟର, ମହାକାଶ କ୍ଷେତ୍ରରେ ପରସ୍ପରର ସହଯୋଗକୁ ବୃଦ୍ଧି କରିବା ଲାଗି କଥାବାର୍ତ୍ତା ହୋଇଛି। ୱାଲଜ୍ଙ୍କୁ ଭାରତ-ଆମେରିକା ସମ୍ପର୍କର ଜଣେ ଦୃଢ ସମର୍ଥକ ବୋଲି ମୋଦୀ ବିବେଚନା କରିଛନ୍ତି। ଏହା ପରେ ମୋଦୀ ଭାରତୀୟ-ଆମେରିକୀୟ କୋଟିପତି ଶିଳ୍ପଦ୍ୟୋଗୀ ବିବେକ ରାମାସ୍ବାମୀଙ୍କୁ ଭେଟିଥିଲେ। ମୋଦୀ ତାଙ୍କ ଆମେରିକା ଗସ୍ତ କାଳରେ ୱାଶିଂଟନ ଡିସିର ବ୍ଲେୟାର ହାଉସ୍ରେ ଅବସ୍ଥାନ କରୁଛନ୍ତି।












Click it and Unblock the Notifications