ଟାରିଫ୍ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପ୍ କରିପାରନ୍ତି ସାକ୍ଷାତ, ଆସନ୍ତା ମାସରେ.....
ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ଭାରତ-ଆମେରିକାର ସମ୍ପର୍କରେ ତିକ୍ତତା ଲାଗି ରହିଛି । ଭାରତ ଉଭରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ମାତ୍ର ବାରମ୍ବାର ଭାରତକୁ ଧମକ ଦେଇ ଚାଲିଛନ୍ତି ଟ୍ରମ୍ପ ।

ଯେଉଁ କାରଣରୁ ଅନେକ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଖବର ଶୁଣିବାକୁ ମିଳୁଛି । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଭେଟି ପାରନ୍ତି । ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ପାଇଁ ମୋଦୀଙ୍କ କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ୨୬ ସେପ୍ଟମ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରହିଛି । ତେବେ ଏନେଇ ଏଯାବତ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।
UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗଦେବା ପାଇଁ ଆମେରିକା ଯାତ୍ରା କରିପାରନ୍ତି। ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର 23 ରୁ 29 ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାରମ୍ପାରିକ ଭାବରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବେ, ତା'ପରେ ଆମେରିକା ରହିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର 23 ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଭାରତ ସହିତ, ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ମୁଖ୍ୟମାନେ ମଧ୍ୟ ସେପ୍ଟେମ୍ବର 26 ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ। ତେବେ ଏହି ସମୟରେ ମୋଦୀ ଟ୍ରମ୍ପଙ୍କୁ ଭେଟିପାରନ୍ତି ।












Click it and Unblock the Notifications