୪୦ ବର୍ଷ ପରେ ଗ୍ରୀସ ଗସ୍ତରେ ଭାରତୀୟ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି
PM Modi Greece Visit Schedule: ଗ୍ରୀସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଖୁବ ଖାସ କାରଣ ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସରେ ପହଞ୍ଚିଛନ୍ତି । ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀସ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗ୍ରୀସରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯିବ, ଏହା ପରେ ପ୍ରଧାନମନ୍ତ୍ରୀ ଗ୍ରୀସର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସେଠାରେ ବ୍ୟବସାୟ ସମ୍ପ୍ରଦାୟ ଏବଂ NRI କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ 40 ବର୍ଷ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରୀସ୍ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେପ୍ଟେମ୍ବର 1983ରେ ଗ୍ରୀସ ଗସ୍ତ କରିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଆଜିର କାର୍ଯ୍ୟକ୍ରମ
ସକାଳ 06:25 - ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା
ସକାଳ 10:05 - ଯବାନଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଗାର୍ଡ ଅଫ୍ ଅନର
ସକାଳ 10:25 - ସ୍ୱାଗତ ଏବଂ ଗ୍ରୀସର ରାଷ୍ଟ୍ରପତିଙ୍କ ସହ ଆନୁଷ୍ଠାନିକ ବୈଠକ
ସକାଳ 11:05- ଆନୁଷ୍ଠାନିକ ସ୍ୱାଗତ ଏବଂ ଗ୍ରୀସର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା
ଅପରାହ୍ନ 12:15- ପ୍ରେସ୍ ଷ୍ଟେଟମେଣ୍ଟ୍
ଅପରାହ୍ନ 12:45- ଗ୍ରୀକ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ବ୍ୟବସାୟ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ ।
ସନ୍ଧ୍ୟା 17:20 - ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହିତ ସାକ୍ଷାତ
ସନ୍ଧ୍ୟା 18:05- ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା
ସନ୍ଧ୍ୟା 19:25 - ଏଥେନ୍ସରୁ ବିଦାୟ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରୀସ ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଗ୍ରୀସର ପଡୋଶୀ ତୁର୍କୀ ସହିତ ଭାରତର ସମ୍ପର୍କ କିଛି ଖାସ ଭଲ ନାହିଁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ସମର୍ଥନ କରୁଥିବାବେଳେ ଏଥିରେ ସ୍ଥାୟୀ ଆସନ ପାଇଁ ଭାରତର ଦାବିକୁ ଗ୍ରୀସ୍ ସମ୍ପୂର୍ଣ୍ଣ ସମର୍ଥନ କରିଛି। ଏହା ବ୍ୟତୀତ ଗ୍ରୀସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଛି । ଏହି ଗସ୍ତ ସହିତ ଭାରତ ଏବଂ ଗ୍ରୀସ୍ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ।
ଏହା ବ୍ୟତୀତ ଏହି ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଦୁଇ ନେତା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପରିବହନ, ଇମିଗ୍ରେସନ୍, ସଂସ୍କୃତି ଏବଂ ପ୍ରତିରକ୍ଷା ସହଯୋଗ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ।












Click it and Unblock the Notifications