କୁଏତ ଅଗ୍ନିକାଣ୍ଡ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୁଏତ୍‌: ଗତକାଲି କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି । ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ରହିଛନ୍ତି । ଯେଉଁ ଭାରତୀୟମାନଙ୍କର ମୃତ୍ୟୁ ଘଟିଛି ସେମାନେ ବିଶେଷ କରି ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ । ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ପ୍ରାଣ ହରାଇଥିବା ୪୨ ଭାରତୀୟଙ୍କ ପରିବାର ଏବଂ ଆତ୍ମୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ଘଟଣା ସମ୍ପର୍କରେ ଖବର ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ ବୈଠକରେ କହିଥିଲେ । ମୃତଦେହଗୁଡ଼ିକୁ ଭାରତ ଆଣିବା ଲାଗି ବାୟୁସେନା ବିମାନ ପଠାଯାଇଥିବା କୁହାଯାଇଛି ।

Narendra modi

ସୁଚନାଯୋଗ୍ୟ ଯେ, ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁଚାହୁଁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା । ଏହି ଆପାର୍ଟମେଣ୍ଟରେ ପ୍ରାୟ ୧୯୫ ଜଣ ଶ୍ରମିକ ଥିଲେ । ସେମାନେ ଶୋଇଥିବା ଅବସ୍ଥାରେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା କୁହାଯାଉଛି ।

ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ । ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି । ସେହିପରି ଅଧିକାଂଶ ଧୂଆଁ ଲାଗି ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଛନ୍ତି ।ମୃତକଙ୍କ ମଧ୍ୟରେ ୪୨ ଜଣ ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କେରଳର ଥିବା ସୂଚନା ମିଳିଛି । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ଥିବା କୁହାଯାଉଛି । ସେପଟେ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+