ବିଦେଶୀ ସଂସଦକୁ ସର୍ବାଧିକ ୧୨ ଥର ସମ୍ବୋଧନ କରିଥିବା ଭାରତୀୟ ପ୍ରଧାନମନ୍ତ୍ରୀ ହେଲେ ମୋଦୀ
ନୂଆଦିଲ୍ଲୀ : ବିଦେଶୀ ସଂସଦକୁ ସର୍ବାଧିକ ୧୨ ଥର ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୟୁଏସ୍ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ପରେ ପ୍ରଥମ ଭାରତୀୟ ଭାବରେ ପ୍ରଧାନମନ୍ତ୍ରୀ ଏହି ଖ୍ୟାତି ଲାଭ କରିଛନ୍ତି। ଏହା ସହ ୟୁଏସ୍ ସଂସଦର ମିଳିତ ଅଧିବେଶନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଦୁଇଥର ସମ୍ବୋଧନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ ରାଜକୀୟ ଗସ୍ତ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ସାଉଥ୍ କୋରିଆର ୟୋନ୍ ସୁକ୍ ୟୋଲଙ୍କ ପରେ ତୃତୀୟ ବିଶ୍ୱ ନେତା ଭାବରେ ମୋଦୀଙ୍କୁ ଆମେରିକା ଗସ୍ତ ଏବଂ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ବାଇଡେନ।

୨୦୧୪ରେ ଶପଥ ଗ୍ରହଣ କରିବା ପରଠାରୁ ପିଏମ ମୋଦୀ ୯ ବର୍ଷରେ ୧୧ଟି ବିଦେଶୀ ସଂସଦକୁ ସମ୍ବୋଧିତ କରିଛନ୍ତି।
୨୦୧୪
ଭୁଟାନର ସଂସଦକୁ ସମ୍ବୋଧିତ କରିଥିଲେ
ନେପାଳ ସଂସଦକୁ ସମ୍ବୋଧିତ କରିଥିଲେ
ଅଷ୍ଟ୍ରେଲିଆର ସଂସଦକୁ ସମ୍ବୋଧିତ କରି ଫିଜି ସଂସଦକୁ ସମ୍ବୋଧିତ କରିଥିଲେ
୨୦୧୫
ଶ୍ରୀଲଙ୍କାର ସଂସଦକୁ ସମ୍ବୋଧିତ କରିଥିଲେ
ମଙ୍ଗୋଲିଆ ସଂସଦକୁ ସମ୍ବୋଧିତ କରିଥିଲେ
ବ୍ରିଟିଶ ସଂସଦକୁ ସମ୍ବୋଧିତ କରିଥିଲେ
ଆଫଗାନିସ୍ତାନ ସଂସଦକୁ ସମ୍ବୋଧିତ କରିଥିଲେ
୨୦୧୬- ଆମେରିକା କଂଗ୍ରେସ (ସଂସଦ) ର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।
୨୦୧୮- ମୋଦି ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିଥିଲେ।
୨୦୧୯- ମାଳଦ୍ୱୀପ ସଂସଦକୁ ସମ୍ବୋଧିତ କରିଥିଲେ।
୨୦୨୩- ଜୁନ ୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର କଂଗ୍ରେସ (ସଂସଦ) ର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ।
ଜବାହରଲାଲ ନେହେରୁ ବିଦେଶୀ ସଂସଦକୁ ୪ଥର, ଇନ୍ଦିରା ଗାନ୍ଧୀ ୩ଥର ଓ ରାଜୀବ ଗାନ୍ଧୀ ଦୁଇଥର ସମ୍ବୋଧନ କରିଛନ୍ତି।












Click it and Unblock the Notifications