ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନେପାଳର ବୁଦ୍ଧ ଏୟାରଲାଇନ୍ସର ଏକ ବିମାନର ବାମ ଇଞ୍ଜିନରେ ନିଆଁ ଲାଗିଯାଇଛି। ଫଳରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ୪ କ୍ରୁ ମେମ୍ବରଙ୍କ ସମେତ ମୋଟ୍‌ ୭୬ ଯାତ୍ରୀ ଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

Plane with 76 onboard catches fire makes VOR landing in Nepal s Kathmandu

ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏହି ଜରୁରୀ ଅବତରଣ ସମ୍ପର୍କରେ ସୂଚନା ଦିଆଯାଇଛି। ସେମାନେ କହିଛନ୍ତି ଯେ, ବିମାନଟି ଭିଓଆର ଅବତରଣ କରି ନିରାପଦରେ ବିମାନବନ୍ଦରକୁ ଫେରିଛି। ବର୍ତ୍ତମାନସୁଦ୍ଧା ଆହତ ନେଇ କୌଣସି ସୂଚନା ନାହିଁ। ଚନ୍ଦ୍ରଗଡ଼ୀ ଅଭିମୁଖେ ଯାତ୍ରା କରୁଥିବା ବିଏଚଏ ୯୫୩ ବିମାନ ସ୍ଥାନୀୟ ସମୟାନୁସାରେ ୧୦ଟା ୩୭ରେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ବାମ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଦିନ ୧୧ଟା ୧୫ରେ ଟ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୭୨ ଯାତ୍ରୀ ଏବଂ ୪ କ୍ରୁ ମେମ୍ବର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+