ଆମେରିକାର ମଣ୍ଟାନା ବିମାନବନ୍ଦରରେ ୨ ବିମାନ ଧକ୍କା
ଆମେରିକାର ମୋଣ୍ଟାନାର କାଲିସପେଲ୍ ସିଟି ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ରିପୋର୍ଟ ଅନୁସାରେ, ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଛୋଟ ବିମାନ ପାର୍କିଂ ହୋଇଥିବା ବିମାନ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ବିମାନବନ୍ଦରରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିନ୍ତୁ ଏଥିରେ କେହି ଗୁରୁତର ଆଘାତ ପାଇ ନଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ଛୋଟ ସିଙ୍ଗଲ-ଇଞ୍ଜିନ୍ ବିମାନ (ସୋକାଟା ଟିବିଏମ୍ ୭୦୦ ଟର୍ବୋପ୍ରପ୍) ଚାରି ଜଣଙ୍କୁ ନେଇ ଅପରାହ୍ନ ପ୍ରାୟ ୨ଟାରେ କାଲିସ୍ପେଲ୍ ସିଟି ବିମାନବନ୍ଦରରେ ଅବତରଣ କରୁଥିଲା, ଯେତେବେଳେ ଏହା ବିମାନବନ୍ଦରରେ ଠିଆ ହୋଇଥିବା ଅନ୍ୟ ଏକ ବିମାନ ସହିତ ଧକ୍କା ହୋଇଥିଲା। ଧକ୍କା ପରେ ବିମାାନରେ ନିଆଁ ଲାଗିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗୋଟିଏ ବିମାନ ରନୱେର ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇ ଅନ୍ୟ ଏକ ବିମାନ ସହିତ ଧକ୍କା ହୋଇଥିଲା। ଅବତରଣ କରିବାକୁ ଚେଷ୍ଟା କରୁଥିବା ବିମାନଟିରେ ନିଆଁ ଲାଗିଯାଇଥିଲା। ତେବେ ପାଇଲଟ୍ ଏବଂ ତିନି ଜଣ ଯାତ୍ରୀ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ। ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ବିମାନବନ୍ଦରରେ ଚିକିତ୍ସା କରାଯାଇଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଦୁର୍ଘଟଣାର ଶବ୍ଦ ଶୁଣିଥିଲେ ଏବଂ ଅଞ୍ଚଳରେ କଳା ଧୂଆଁ ବ୍ୟାପିଥିବା ଦେଖିଥିଲେ।












Click it and Unblock the Notifications