ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା ବିମାନ, ୨୦ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା !

ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା । ଗୁରୁବାର ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ, ଯାହା AI-୧୭୧ ଫ୍ଲାଇଟ ଯୋଗେ ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାତ୍ରା କରୁଥିଲା, ମେଘନାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ବିଜେ ମେଡିକାଲ କଲେଜ ମେଘନାନୀ ନଗର ଅଞ୍ଚଳରେ ଅବସ୍ଥିତ। ଏହି ବିମାନ ଉଡ଼ାଣ ଭରିବାର ୫ ମିନିଟ ପରେ ଏହି ମେଡିକାଲ କଲେଜର ହଷ୍ଟେଲ କୋଠା ଉପରେ ଖସିପଡ଼ିଥିଲା।

ହଷ୍ଟେଲ ଉପରେ ଏକ କ୍ୟାଣ୍ଟିନ ଅଛି, ଯେଉଁଠାରେ ଅପରାହ୍ନରେ ଡାକ୍ତରୀ ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରିବାକୁ ଆସନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ହେବାର ସମ୍ଭାବନା ଥିବା କୁହାଯାଉଛି। ହେଲେ ଏନେଇ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ।

ଏହି ଘଟଣା ପରେ, ଅହମ୍ମଦାବାଦର ଆଖପାଖର ସମସ୍ତ ହସ୍ପିଟାଲକୁ ସତର୍କ କରାଯାଇଛି। ଜରୁରୀକାଳୀନ ସେବା ସକ୍ରିୟ କରାଯାଇଛି। ଦୁର୍ଘଟଣାସ୍ଥଳରୁ ଯାତ୍ରୀମାନଙ୍କୁ ହସ୍ପିଟାଲ ନେବା ପାଇଁ ଘଟଣାସ୍ଥଳକୁ ୫ଟି ବଡ଼ ଆମ୍ବୁଲାନ୍ସ ପଠାଯାଇଛି। ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ ଏୟାର ଇଣ୍ଡିଆ କହିଛି ଯେ ଅହମ୍ମଦାବାଦ-ଲଣ୍ଡନ ଗାଟୱିକ ଫ୍ଲାଇଟ ନମ୍ବର AI୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେ ଘଟଣା ବିଷୟରେ ସୂଚନା ସଂଗ୍ରହ କରୁଛୁ।

Plane crashes into medical college hostel

କ୍ରାସ ପୂର୍ବରୁ ପାଇଲଟ୍ ଦେଇଥିଲେ ସିଗନାଲ୍

ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ କ୍ରାସ୍ ହେବା ନେଇ ଏଟିଏସକୁ ସୂଚନା ଦେଇଥିଲେ । ଏହାସହ ବିପଦ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ହିଁ, ବିମାନଟି କ୍ରାସ୍ କରିଯାଇଥିଲା ।

ବିମାନରେ ଥିବା ଯାତ୍ରୀଙ୍କ ପରିଚୟ

ଏବେ ବିମାନରେ ଥିବା ଯାତ୍ରୀଙ୍କ ପରିଚୟ ମିଳିଛି। ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଥିଲେ ୧୬୯ ଭାରତୀୟ। ୫୩ ଜଣ ବ୍ରିଟିଶ ପାସେଞ୍ଜର ଥିଲେ, ୭ ପର୍ତ୍ତୁଗୀଜ୍, ଜଣେ କାନାଡୀୟ ନାଗରିକ ଥିଲେ। ଉଦ୍ଧାର ପାଇଁ ପହଞ୍ଚିଲା ଏକାଧିକ ଆମ୍ୱୁଲାନ୍ସ।

ଏୟାର ଇଣ୍ଡିଆର ହେଲ୍ପଲାଇନ ନମ୍ବର

ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ, ଯାତ୍ରୀଙ୍କ ପରିବାର ଓ ସମ୍ପର୍କୀୟମାନେ ସୂଚନା ପାଇଁ ସମର୍ପିତ ହେଲ୍ପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ରେ ଯୋଗାଯୋଗ କରିପାରିବେ। ଏହା ସହିତ ଏୟାର ଇଣ୍ଡିଆ ତା'ର ଅଫିସିଆଲ ଓ୍ୱେବସାଇଟ airindia.com ଏବଂ X ହ୍ୟାଣ୍ଡେଲ ମାଧ୍ୟମରେ ନିୟମିତ ଅପଡେଟ ପ୍ରଦାନ କରୁଛି।

କେନ୍ଦ୍ର ସରକାରଙ୍କ କଣ୍ଟ୍ରୋଲ ରୁମ

ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଏକ ଅପରେସନାଲ କଣ୍ଟ୍ରୋଲ ରୁମ ସକ୍ରିୟ କରିଛି, ଯାହା ଦୁର୍ଘଟଣା ସମ୍ପର୍କିତ ସମସ୍ତ ସୂଚନା ସମନ୍ୱୟ କରୁଛି। ସହାୟତା କିମ୍ବା ସୂଚନା ପାଇଁ ନିମ୍ନଲିଖିତ ନମ୍ବରଗୁଡ଼ିକରେ ଯୋଗାଯୋଗ କରାଯାଇପାରିବ:
୦୧୧-୨୪୬୧୦୮୪୩

ଅହମ୍ମଦାବାଦ ଅଭିମୁଖେ ଶାହ

ଅହମ୍ମଦାବାଦ ଅଭିମୁଖେ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ଜହେଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଅହମ୍ମଦାବାଦ ଅଭିମୁଖେ ଅମିତ୍ ଶାହ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହେଲେ ମୋଦି। ଏହାସହ ଦୁର୍ଘଟଣା ହୋଇଥିବା ସ୍ଥାନକୁ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଯିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଆଜି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଜାଣି ସେ ମର୍ମାହତ ଏବଂ ଦୁଃଖିତ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ । ଏହା ଏକ ହୃଦୟ ବିଦାରକ ବିପର୍ଯ୍ୟୟ । ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ଲୋକଙ୍କ ସହିତ ଅଛି । ଏହି ଅବର୍ଣ୍ଣନୀୟ ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।"

ଡାକ୍ତରୀ ହଷ୍ଟେଲରେ ପିଟି ହୋଇଛି ବିମାନ

ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦର ମେଘାଣୀ ନଗରରେ ଏକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି କୋଠାଟି ଏକ ମେଡିକାଲ କଲେଜ ହଷ୍ଟେଲ । ବିଜେ ମେଡିକାଲ କଲେଜ ହଷ୍ଟେଲ ବୋଲି ଜଣାପଡ଼ିଛି । ଏନେଇ ଅଲ ଇଣ୍ଡିଆ ମେଡିକାଲ କଲେଜ ଆସୋସିଏସନ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+