ସ୍କୁଲ ଉପରେ ଖସିଲା ବିମାନ,ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା
ଜଳିଗଲା ଆଉ ଏକ ବିମାନ। ଭାରତରେ ନୁହେଁ ବଂଲାଦେଶରେ ଘଟିଛି ଏହି ଘଟଣା। ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଟ୍ରେନିଂ ସମୟରେ ଢାକାର ଏକ ସ୍କୁଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ। ଆଜି ଅପରାହ୍ନରେ ଢାକାରେ ବାଂଲାଦେଶ ବାୟୁସେନାର ଏକ F7 ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ବାଂଲାଦେଶର ଉତ୍ତରା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ଆସୁଛି। ବର୍ତ୍ତମାନ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏଥିରେ ନିଆଁ ଲାଗିଛି।













Click it and Unblock the Notifications