ହୋଟେଲ ଛାତ ଉପରେ ମାଡ଼ ହେଲା ହେଲିକପ୍ଟର , ପାଇଲଟ ମୃତ
ସିଡନୀ : ଅଷ୍ଟ୍ରେଲିଆର କେନର୍ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ହେଲିକପ୍ଟର ହୋଟେଲର ଛାତ ଉପରେ ଖସି ପଡ଼ିବାରୁ ତାହାର ପାଇଲଟଙ୍କ ମୃତ୍ୟୁ ଘଟିଛି।
ମୃତ ପାଇଲଟଙ୍କ ପରିଚୟ ମିଳିପାରି ନାହିଁ ବୋଲି କେର୍ଣ୍ଣସ ସହରର ଅଧିକାରୀମାନେ କହିଛନ୍ତି। କେଉଁ ଉଦ୍ଦେଶ୍ୟରେ ହେଲିକପ୍ଟର ଉଡ଼ିଥିଲା ଏବଂ ପର୍ଯ୍ୟଟନ ଉଦ୍ଦେଶ୍ୟରେ କେର୍ଣ୍ଣସ ବିମାନବନ୍ଦରରୁ ହେଲିକପ୍ଟର ଉଡ଼ାଣ ପାଇଁ କିଏ ଅନୁମତି ଦେଇଥିଲା ତାହା ମଧ୍ୟ ଅଧିକାରୀମାନେ ସ୍ପଷ୍ଟ କରିନାହାଁନ୍ତି।

କୁଇନ୍ସଲ୍ୟାଣ୍ଡ ପୁଲିସ ବିଭାଗର କାର୍ଯ୍ୟକାରୀ ମୁଖ୍ୟ ଅଧୀକ୍ଷକ ଶେନ୍ ହୋମ୍ସ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ହୋଟେଲରେ ଧୂଆଁ ବ୍ୟାପିଯାଇଥିଲା, ଯାହା ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ହୋଟେଲ ଆଖପାଖ ଅଞ୍ଚଳରେ କେହି ମୃତାହତ ହୋଇନଥିବା ସେ କହିଛନ୍ତି। ହୋମ୍ସ କହିଛନ୍ତି ଯେ ହେଲିକପ୍ଟର ଉଡ଼ାଉଥିବା ବ୍ୟକ୍ତିଙ୍କ ପାଖରେ ପାଇଲଟ୍ ଲାଇସେନ୍ସ ଥିଲା ନା ସେ ହେଲିକପ୍ଟରର ମାଲିକ କମ୍ପାନୀ ନୌଟିଲାସ ଏଭିଏସନ୍ ପାଇଁ କାମ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ।
କୁଇନ୍ସଲ୍ୟାଣ୍ଡ ଷ୍ଟେଟ ପୋଲିସ ଏକ ବିବୃତ୍ତିରେ କହିଛି ଯେ ସତର୍କତାମୂଳକ ଭାବରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଭୂମିରେ କେହି ଆହତ ହୋଇନାହାଁନ୍ତି। ଘଟଣାର ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ କରୁଛି।












Click it and Unblock the Notifications