ପାକିସ୍ତାନ ପାଖରେ ନାହିଁ ସରକାରୀ ବିମାନ ଚଳାଚଳ ପାଇଁ ଟଙ୍କା,ଆର୍ଥିକ ସମସ୍ୟା ମଧ୍ୟରେ PIA ବିକ୍ରି
ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରି ନାହିଁ। ବର୍ତ୍ତମାନ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଶହବାଜ ସରିଫ ସରକାରଙ୍କୁ ପାକିସ୍ତାନର ସରକାରୀ ବିମାନ କମ୍ପାନି PIAକୁ ବିକ୍ରି କରିବାକୁ ପଡିଛି। ଏହି ଚୁକ୍ତି ୧୩୫ ବିଲିୟନ ଟଙ୍କାରେ କରାଯାଇଛି। ପାକିସ୍ତାନ ମଙ୍ଗଳବାର କମ୍ପାନିର ଘରୋଇକରଣ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିଛି ଏବଂ ଏକ ସ୍ଥାନୀୟ ନିବେଶ କମ୍ପାନିକୁ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ ବିକ୍ରି କରିଛି।

ବିଡ୍ ଖୋଲିବା ପରେ, ପାକିସ୍ତାନ ସରକାର କହିଥିଲେ ଯେ, କ୍ଷତିରେ ଚାଲୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ରେଫରେନ୍ସ ମୂଲ୍ୟ ୧୦୦ ବିଲିୟନ ଧାର୍ଯ୍ୟ କରାଯାଇଥିଲା। ନିୟମ ଅନୁଯାୟୀ, ଦୁଇ ସର୍ବୋଚ୍ଚ ବିଡ୍ ପ୍ରଦାନକାରୀଙ୍କୁ ପ୍ରାରମ୍ଭିକ ନିଲାମ ପ୍ରକ୍ରିୟାରେ ପ୍ରତିଯୋଗିତା କରିବାର ସୁଯୋଗ ଦିଆଯାଇଥିଲା। ଆରିଫ୍ ହବିବ୍ ଏବଂ ଲକି ସିମେଣ୍ଟ୍ ଉଭୟ ଜିତିବା ପାଇଁ କଡ଼ା ପ୍ରତିଯୋଗିତା କରିଥିଲେ ଏବଂ ସେମାନଙ୍କର ବିଡ୍ ବୃଦ୍ଧି କରିଥିଲେ। ହେଲେ ୧୩୫ ବିଲିୟନ ଡଲାର ଦେଇ ଆରିଫ୍ ହବିବ୍ ଏହି ବିଡ୍ ଜିତି ନେଇଥିଲେ।












Click it and Unblock the Notifications