ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ବର୍ଷ ଜେଲ୍ଦଣ୍ଡ
ବ୍ରାଜିଲ୍ର ଏକ ନିର୍ମାର କମ୍ପାନୀ ଓଡେବ୍ରେକ୍ଟ ଠାରୁ ବେଆଇନ ଭାବେ ପ୍ରଚାର ପାଣ୍ଠି ଗ୍ରହଣ କରିବା ଅଭିଯୋଗରରେ ପେରୁର ପୂର୍ବତନ ରାଷ୍ଟ୍ରପତି ଓଲାଣ୍ଟା ହୁମାଲାଙ୍କୁ ୧୫ ବର୍ଷ ଜେଲ୍ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଶ୍ରୀ ହୁମାଲାଙ୍କ ପତ୍ନୀ ନାଡିନି ହେରେଡିଆଙ୍କୁ ମଧ୍ୟ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।

ଅଦାଲତ ଗତକାଲି ଏହି ଦଣ୍ଡାଦେଶ ପ୍ରଦାନ କରି କହିଛନ୍ତି, ୨୦୧୧ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଏହି ବେଆଇନ ପାଣ୍ଠି କାରବାର ହୋଇଥିଲା । ଏହି ମାମଲାରେ ୨୦୧୬ରୁ ତଦନ୍ତ ଆରମ୍ଭ ହୋଇଥିଲା । ୩ ବର୍ଷର ଶୁଣାଣି ପରେ ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଓଡେବ୍ରେକ୍ଟ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ ପାଇବାରେ ହୁମାଲା ହେଉଛନ୍ତି ପେରୁର ଦ୍ୱିତୀୟ ପୂର୍ବତନ ରାଷ୍ଟ୍ରପତି ।












Click it and Unblock the Notifications