ପେରୁରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଜାଣନ୍ତୁ କହିଁକି?

ପେରୁରେ ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି । ରାଜଧାନୀ ଲିମାରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ପରିସ୍ଥିତିକୁ ସ୍ଥିର ରଖିବା ପାଇଁ ଏପରି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଲୋକପ୍ରିୟ ଗାୟକଙ୍କ ହତ୍ୟା ପରେ ଏଠାରେ ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା । ତେଣୁ ଏହାକୁ ରୋକିବା ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଘଟଣାକୁ ରୋକିବା ପାଇଁ ପୋଲିସର ସାହାଯ୍ୟ ପାଇଁ ସୈନିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପେରୁର ରାଷ୍ଟ୍ରପତି ଡୀନା ବୋଲୁଆର୍ଟଙ୍କ ସରକାର ୩୦ ଦିନ ପାଇଁ ଜରୁରୀକାଳୀନ ସ୍ଥିତି ଲାଗୁ ରହିବ । ଏହି ସମୟରେ କୌଣସି ସଭା କିମ୍ବା ଆନ୍ଦୋଳନ କରିବା ସମେତ ବିଭିନ୍ନ ଗତିବିଧି ଉପରେ ପ୍ରତିବନ୍ଧିକ ଲାଗିବ । ପୋଲିସ ଏବଂ ସେନା ବିନା କୌଣସି ନ୍ୟାୟିକ ଆଦେଶକୁ ଗିରଫ କରିପାରେ । ଏହି ମାସ ଭିତରେ ପିରୁରେ ହତ୍ୟାକାଣ୍ଡ, ବଟି ଆଦାୟ ଏବଂ ସାର୍ବଜନୀନ ଆକ୍ରମଣଗୁଡିକ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

Peru president

ଏସବୁ ଘଟଣାରୁ ପେରୁରେ ହେଉଥିବା ଅସନ୍ତୋଷ ଘଟଣାକୁ ଅନୁମାନ କରାଯାଇପାରୁଛି । ଧୀରେ ଧୀରେ ପେରୁରେ ଅସନ୍ତୋଷ ବଢିବାରେ ଲାଗିଛି । ପୋଲିସ ପାଖରେ ୧ ଜାନୁଆରୀରୁ ୧୬ ମାର୍ଚ୍ଚ ମଧ୍ୟରେ ୪୫୯ଟି ହତ୍ୟା ମାମଲା ରୁଜୁ କରିଛି । କେବଳ ଜାନୁଆରୀ ମାସରେ ୧୯୦୯ଟି ବଟି ଆଦାୟ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ରବିବାର ଦିନ ଲୋକପ୍ରିୟ 'ଆର୍ମୋନିଆ ୧୦'ର ପ୍ରମୁଖ ଗାୟକ ପଲ ଫ୍ଲୋରେସଙ୍କର ହତ୍ୟା ପରେ ଏଭଳି ସ୍ଥିତି ଉପୁଜିଛି । ଯାହା ପରେ ଏଭଳି ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି । ଏହାପୂର୍ବରୁ ବୋଲୁଆର୍ଟର ସରକାର ସେପ୍ଟେମ୍ବର ଏବଂ ଡିସେମ୍ବର ମାସ ମଧ୍ୟରେ ଜରୁରୀକାଳୀନ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+